Below header

ଏବେ ସୂଚନା ଅଧିକାର ଆଇନ ପରିସରରେ ରହିବ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ

କେନ୍ୟୁଜ୍(ବ୍ୟରୋ):  ସୂଚନା ଅଧିକାର ଆଇନ ପରିସରରେ ରହିବ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରି ହୋଇଥିବା ଆବେଦନର ଶୁଣାଣି କରି ଆଜି ଏହି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏକ ସାଧାରଣ ପ୍ରଶାସନ ଓ ସୂଚନା ଅଧିକାର ଏବଂ ଗୋପନୀୟତାର ଅଧିକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଇନରେ ସ୍ୱଚ୍ଛତା ପାଇଁ ଏହା ସୂଚନା ଅଧିକାର ପରିସର ଭୂକ୍ତ ହେବା ଆବଶ୍ୟକ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତା ଓ ଜଷ୍ଟିସ ଏନଭି ରମ୍ମନା, ଡିୱାଇ ଚନ୍ଦ୍ରଚୂଡ, ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସର ରହିବା ନେଇ ରାୟ ଶୁଣାଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୨୦୧୦ରେ ସୁପ୍ରିମକୋ ମହାସଚିବ ଓ ଏହାର କେନ୍ଦ୍ରୀୟ ଜନସୂଚନା ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗତ ଏପ୍ରିଲ ୪ତାରିଖରେ ଶୁଣାଣି କରି ସାମ୍ବିଧାନିକ ପୀଠ ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟରେ ନ୍ୟାୟପାଳିକାର ସ୍ୱାଧୀନତା କେବଳ ବିଚାରପତିଙ୍କ ଅଧିକାର ମଧ୍ୟରେ ସୀମିତ ନୁହେଁ, ବରଂ ଏ ଦିଗରେ ବହୁ ଗୁରୁଦାୟିତ୍ୱ ସଂପାଦନ କରିବାକୁ ପଡ଼ିବ ବୋଲି କହିଥିଲେ। ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ସୂଚନା ଅଧିକାର ଆଇନ ଆଧାରରେ ବିଚାରପତିଙ୍କ କାମ ସାର୍ବଜନୀନ ହେବା ଉଚିତ । ପ୍ରଧାନ ବିଚାରପତି ସମେତ କଲେଜିୟମର ଅନ୍ୟ ବିଚାରପତି ମଧ୍ୟ ନିଷ୍ଠାର ସହ କାମ କରୁଥିବା ଦର୍ଶାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.