ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’, ସୂଚନା ଦେଲେ ଶିବରାଜ ସିଂ ଚୌହ୍ଵାନ

ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ଵୀରାଜକୁ ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି କରାଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ଅଧିକରୁ ଅଧିକ ଲୋକ ଦେଖିପାରିବେ ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଟ୍ଵିଟ୍‌ କରି କହିଛନ୍ତି, ସମ୍ରାଟ ପୃଥ୍ଵୀରାଜ ଚୌହ୍ଵାନ ମହାନ ଯୋଦ୍ଧା ଥିଲେ ଏବଂ ତାଙ୍କ ଜୀବନ ଉପରେ ଆଧାରିତ ସମ୍ରାଟ ପୃଥ୍ଵୀରାଜ ଫିଲ୍ମ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହୋଇଛି। ଏହି ଫିଲ୍ମରେ ଅକ୍ଷୟ କୁମାର ପୃଥ୍ଵୀରାଜ ଚୌହ୍ଵାନ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମକୁ ଅଧିକ ଯୁବପିଢି ଦେଖି ବା ପାଇଁ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଫିଲ୍ମ ପୃଥ୍ଵୀରାଜକୁ କିଛି ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି।

ଉଲ୍ଲେଖନୀୟ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଅକ୍ଷୟ କୁମାରଙ୍କ ପ୍ରତି ବେଶ୍‌ ପ୍ରଭାବିତ। ଗତ କିଛିଦିନ ତଳେ ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀ ଚୌହ୍ଵାନଙ୍କ ଅଙ୍ଗନବାଡି ପିଲାଙ୍କ ପାଇଁ ଖେଳନା, ଶିକ୍ଷଣୀୟ ସାମଗ୍ରୀ ଅଭିଯାନକୁ ପ୍ରଶଂସା କରିଥିଲେ। ଅକ୍ଷୟ କୁମାର ତାଙ୍କ ତରଫରୁ ଏହି ଅଭିଯାନ ପାଇଁ ଅର୍ଥ ମଧ୍ୟ ଦେଇଛନ୍ତି।

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’ର ପ୍ରମୋସନ ସାରା ଦେଶରେ କରୁଛନ୍ତି। ବୁଧବାର ଦିଲ୍ଲୀର ଚାଣକ୍ୟ ଥିଏଟରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସଦସ୍ୟଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏପଟେ ଆଜି ୟୁପି ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଫିଲ୍ମର ସ୍ପେଶାଲ ପ୍ରିମିୟର ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ପୂରା କ୍ୟାବିନେଟ୍‌ ଉପସ୍ଥିତ ଥିଲା। ଏହି ଫିଲ୍ମରେ ଅକ୍ଷୟ ଓ ମାନୁଷୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ସୋନୁ ସୁଦ୍‌ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.