ଲିଭ ଇନ ରିଲେସନସିପରେ ଜନ୍ମିତ ସନ୍ତାନ ପୈତୃକ ସମ୍ପତ୍ତିର ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯଦି କୌଣସି ପୁରୁଷ ଓ ମହିଳା ଏକ ସଂଗରେ ରହିଥାନ୍ତି, ତେବେ ତାହା ଆଇନ ଅନୁସାରେ ବିବାହ ଭଳି ମନାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଲିଭ ଇନ ରିଲେସନସିପ ଉପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେହି ପୁରୁଷ ଓ ମହିଳା ଦୀର୍ଘ ସମୟ ଧରି ଏକ ସଙ୍ଗରେ ରୁହନ୍ତି, ତେବେ ଆଇନ ଅନୁସାରେ ଏହାକୁ ବିବାହ ବୋଲି ଧରାଯିବ ।

ଏବଂ ତାଙ୍କର ସନ୍ତାନକୁ ପୈତୃକ ସମ୍ପତ୍ତିରୁ ବଂଚିତ କରାଯିବ ନାହିଁ । ଯେହେତୁ ସେମାନେ ଦୀର୍ଘ ସମୟ ଧରି ଏକାଠି ରହୁଛନ୍ତି, ଯଦି ତାଙ୍କର ସନ୍ତାନ ବୋଲି ପ୍ରମାଣିତ ହୋଇ ଯାଆନ୍ତି, ତେବେ ସନ୍ତାନର ପିତାଙ୍କ ସମ୍ପତ୍ତିରେ ପୁରା ହକ ରହିଛି ।

ଏହି ରାୟ ପ୍ରକାଶ କରିବା ବେଳେ ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ରଦ୍ଦ କରିଥିଲେ । ଯେଉଁଥିରେ କେରଳ ହାଇକୋର୍ଟ ବିନା ବିବାହରେ ହୋଇଥିବା ଏକ ସନ୍ତାନକୁ ଅବୈଧ ବୋଲି କହିଥିଲେ । ଏବଂ ଉକ୍ତ ସନ୍ତାନର ପୈତୃକ ସମ୍ପତ୍ତିରେ ହକ ନଥିବା ରାୟ ଦେଇଥିଲେ ।

live in
photo credit : Legal formats India

 

ଏକାଠି ରହିଲେ ବିବାହ ବୋଲି ଧରାଯିବ-

ଜଷ୍ଟିସ ଏସ୍‌ ଅବଦୁଲ୍ଲା ନଜିର ଓ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡ ପୀଠ କହିଥିଲେ ‘ ଯଦି ଜଣେ ପୁରୁଷ ଓ ମହିଳା ଦୀର୍ଘ ଦିନ ଧରି ଏକାଠି ରହୁଛନ୍ତି, ତେବେ ଏହାକୁ ବିବାହ ଭଳି ଧରାଯିବ । ଏହାକୁ ସାକ୍ଷ୍ୟ ଅଧିନିୟମ ୧୧୪ ଭାବେ ଧରାଯିବ ।

କେରଳ ହାଇକୋର୍ଟଙ୍କ ୨୦୦୯ ର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଯେଉଁଥିରେ କେରଳ ହାଇକୋର୍ଟ ସନ୍ତାନକୁ ଅବୈଧ ବୋଲି କହି ପିତାଙ୍କ ସମ୍ପତ୍ତିରୁ ଭାଗ ଦେବାକୁ ମନା କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.