ପିଲାଦିନର ସାଙ୍ଗ ଦେଲା ଧୋକା: ପ୍ରଥମେ ସ୍ତ୍ରୀକୁ ପ୍ରେମଜାଲରେ ଫସାଇ ଭଗେଇ ନେଲା, ପୁଣି ଝିଅ ଉପରେ ପକାଇଲା ଖରାପ ନଜର

ବିହାରର ମୁଜଫରପୁରରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସାଙ୍ଗର ସ୍ତ୍ରୀକୁ ପ୍ରେମଜାଲରେ ଫସାଇ ଭଗେଇ ନେଇଯିବାର ଅଭିଯୋଗ ହୋଇଛି। ଏପରିକି ସେ ତାଙ୍କ ଝିଅ ଉପରେ ମଧ୍ୟ ଖରାପ ନଜର ପକାଇଥିଲେ। ଏ ନେଇ ତାଙ୍କ ବିରୋଧରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ଏହାରି ଭିତରେ ୪ ଶ୍ରେଣୀରେ ପଢ଼ୁଥିବା ଉକ୍ତ ନାବାଳିକା ଝିଅର ମେଡିକାଲ ଟେଷ୍ଟ କରାଯାଇଛି। ନାବାଳିକାଙ୍କ ବାପାଙ୍କ କହିବା ହେଲା, ସେ ମିଚ୍ୟୁଆଲ ଫଣ୍ଡରେ ନିବେଶ କରୁଥିବା ଏକ ପ୍ରତିଷ୍ଠାନରେ କାମ କରନ୍ତି। ୨୦୧୦ରେ ତାଙ୍କ ବିବାହ ହୋଇଥିଲା। ତାଙ୍କର ୨ଟି ସନ୍ତାନ ଅଛନ୍ତି। ଅଭିଯୁକ୍ତ ଜଣକ ତାଙ୍କ ଗାଁର।

ଆଶ୍ଚର୍ଯ୍ୟର କଥା, ଦୁଇଜଣ ଯାକ ଏକାଠି ପାଠ ପଢ଼ୁଥିଲେ। କିନ୍ତୁ ସ୍ତ୍ରୀଙ୍କ ସହିତ ସାଙ୍ଗର ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗିରହୁଥିଲା। ଗତବର୍ଷ ସେପ୍ଟେମ୍ବରରେ ହିଁ ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ଅଲଗା ରହୁଥିଲେ। ସେଠାକୁ ବି ଅଭିଯୁକ୍ତଙ୍କର ଯିବାଆସିବା ଲାଗି ରହିଥିଲା। ସ୍ତ୍ରୀ ଏକ ପ୍ରାଇଭେଟ୍‌ ସ୍କୁଲରେ ପାଠ ପଢ଼ାଉଥିଲେ। ଦିନେ ସେ ସ୍କୁଲ ଯାଇଥିବା ସମୟରେ ଅଭିଯୁକ୍ତ ଘରକୁ ଆସି ତାଙ୍କ ଝିଅ ସହିତ ବି ଖରାପ କାମ କରିବାକୁ ଚେଷ୍ଟା କରିଥିଲେ।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ନାବାଳିକାଙ୍କ ସହିତ ଜୋର୍‌ ଜବରଦସ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ନାବାଳିକା କୌଣସି ମତେ ନିଜକୁ ମୁକ୍ତ କରି ସେଠାରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଏହାପରେ କାନ୍ଦି କାନ୍ଦି ନିଜ ବାପାଙ୍କ ଘରେ ପହଞ୍ଚିଥିଲେ ଏବଂ ପୂରା ଘଟଣା କହିଥିଲେ। ଝିଅଠାରୁ ସବୁ ଜାଣିବା ପରେ ବାପା ଝିଅକୁ ଧରି ଥାନାରେ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.