ନାରୀ ନା ନାଗୁଣୀ! ବୟଫ୍ରେଣ୍ଡ୍‌ ସହ ମିଶି ସ୍ୱାମୀକୁ ଜିଅନ୍ତା ଜଳାଇଦେଲା ସ୍ତ୍ରୀ, ଯେତେ ନେହୁରା ହେଲେ ବି ଶୁଣିଲାନି

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପ୍ରେମ ପାଇଁ ନିଜ ହାତରେ ପୋଛିଦେଲା ମଥା ସିନ୍ଦୁର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ କଥିତ ଭାବେ ଜଣେ ମହିଳାଙ୍କ ଉପରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଭଳି ସଙ୍ଗୀନ୍‌ ଆରୋପ ଲାଗିଛି।

ରିପୋର୍ଟ ମୁତାବକ, କାସଗଞ୍ଜ ଜିଲ୍ଲାର ପହାଡ଼ପୁର ଗାଁର ୨୫ ବର୍ଷୀୟ ଅମିତ କୁମାରଙ୍କୁ ତାଙ୍କ ପତ୍ନୀ ପ୍ରେମିକ ସହାୟତାରେ ଜୀଅନ୍ତା ଜଳାଇଦେଇଛି। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କ ମୃତ୍ୟୁ ଘଟିଛି। ଅମିତଙ୍କ ବାପା ବୋହୂ ଓ ତାଙ୍କ ବାପାଙ୍କ ସମେତ ଅନ୍ୟ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଇଛନ୍ତି। ପୋଲିସ ଏବେ ଯାଏଁ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଅମିତଙ୍କ ବାପା ସୁରେଶ ଚନ୍ଦ କହିଛନ୍ତି, ତାଙ୍କ ବୋହୂର ସ୍ଥାନୀୟ ଅଞ୍ଚଳର ରାକେଶ ସହ ଅବୈଧ ସମ୍ପର୍କ ଥିଲା। ଅମିତର ସାଙ୍ଗ ହେମନ୍ତ, ଯିଏ ରାକେଶର ବି ସାଙ୍ଗ ସେ ଶନିବାର ଅମିତକୁ ଫୋନ୍‌ କରି ପାଖରେ ଥିବା ଇଟା ଭାଟିକୁ ଡାକିଥିଲା। ପରେ ସେଠାରେ ଅମିତଙ୍କୁ ଅର୍ଦ୍ଧଦଗ୍ଧ ତଥା ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ତାଙ୍କ ପିଣ୍ଡରେ ପ୍ରାଣ ଥିଲା। ଏଣୁ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ଅମିତଙ୍କ ବାପା କହିଛନ୍ତି, ହେମନ୍ତ ଓ ରାକେଶ ସହ ମିଶି ତାଙ୍କ ବୋହୂ ସଙ୍ଗୀତା ହିଁ ଅମିତଙ୍କୁ ବାନ୍ଧି ଡିଜେଲ ପକାଇ ଜାଳିଦେଇଛି। ସେ ନିଜ ସମୁଦିଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ଏଏସ୍‌ବି ଆଦିତ୍ୟ ବର୍ମା କହିଛନ୍ତି, ଅମିତଙ୍କ ବାପାଙ୍କ ଅଭିଯୋଗ ମୁତାବକ ଆମେ ସଙ୍ଗୀତା, ହେମନ୍ତ, ରାକେଶ ଓ ସମୁଦି ରାମ ସ୍ୱରୂପଙ୍କ ନାଁରେ ଦଫା ୩୦୨ରେ ମାମଲା ରୁଜୁ କରିଛୁ। ରାକେଶକୁ ଗିରଫ କରାଯାଇଛି, ମାତ୍ର ଅନ୍ୟମାନେ ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.