ବଦଳୁଛି ଦୁନିଆ ! ଖାକି ପୋଷାକରେ ଥାଇ ବି ଏକ ଅଜଣା ଶବକୁ କାନ୍ଧ ଦେଲେ ମହିଳା ସବ-ଇନସପେକ୍ଟର

ଆନ୍ଧ୍ରପ୍ରଦେଶ(କେ ନ୍ୟୁଜ): ମହିଳା ସବ-ଇନସପେକ୍ଟରଙ୍କ ମହାନତା। ଅଜଣା ମୃତଦେହକୁ କାନ୍ଧରେ ବୋହି ଶେଷକୃତ୍ୟ କଲେ ଆନ୍ଧ୍ରପ୍ରଦେଶର ମହିଳା ସବ ଇନସପେକ୍ଟର ସିରିଶା। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଏକ ଅଂଚଳରେ ଏକ ଅଜଣା ମୃତଦେହ ପଡିରହିଥିଲା। ମୃତଦେହଟି ପ୍ରକୃତରେ ଜଣେ ଭିକାରୀଙ୍କର ଥିଲା। କିଛି ଦିନ ହେବ ଭିକାରୀଙ୍କ ମୃତଦେହ ଏକ କ୍ଷେତରେ ପଡିଥିଲେ ମଧ୍ୟ ସ୍ଥାନୀୟ ଲୋକ ଏହାକୁ ଛୁଇଁ ନଥିଲେ । ଅନ୍ତିମ ସଂସ୍କାର କରିବାକୁ କୌଣସି ବ୍ୟବସ୍ଥା କରିନଥିଲେ । ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ କାସିବୁଗା ପୋଲିସ ଷ୍ଟେସନରେ କାର୍ଯ୍ୟରତ ମହିଳା ସବଇନସପେକ୍ଟର ସିରିଶା।

ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଥିଲେ ସିରିଶା। ମାତ୍ର କେହି ସାହାଯ୍ୟ ପାଇଁ ଆଗକୁ ଆସିନଥିଲେ। ଶେଷରେ ସିରିଶା ଜଣେ ଶ୍ରମିକଙ୍କ ସହାୟତାରେ ନିଜ କାନ୍ଧରେ ମୃତଦେହ ବୋହି ୨ କିଲୋମିଟର ଚାଲିଥିଲେ । ଶ୍ମଶାନରେ ନିଜେ ମୁଖାଗ୍ନି ଦେଇ ଶେଷକୃତ୍ୟ କରିଥିଲେ । କିଛି ଯୁବକ ଏହି ସମୟରେ ଭିଡିଓ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ବିଭିନ୍ନ ମହଲରେ ଏହି ମହିଳା ସବ ଇନସପେକ୍ଟର ଜଣଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.