Below header

ଏସିଆ ଆକାଶରେ ଯୁଦ୍ଧର କଳାବାଦଲ, ପୁଣି ଚୀନ-ତାଇଓ୍ଵାନ ଉତ୍ତେଜନା

ୟୁରୋପ ପରେ ଏସିଆରେ କୁହୁଳୁଛି ଯୁଦ୍ଧ ନିଆଁ । ପୁଣି ଚୀନ-ତାଇଓ୍ଵାନ ଉତ୍ତେଜନା। ତାଇଓ୍ଵାନକୁ ଘେରାବନ୍ଦୀ କରି ୩ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ଡ୍ରାଗନ। ମୁତୟନ କରିଛି ଫାଇଟର ଜେଟ୍‌, ନାଭାଲ ଡେଷ୍ଟ୍ରୟର, ଆର୍ଟିଲାରୀ। ତାଇ ରାଷ୍ଟ୍ରପତି ସାଇ ଇଙ୍ଗ-େଓ୍ଵନ ଆମେରିକାରୁ ଫେରିବାର କେଇ ଘଣ୍ଟା ପରେ ଅପରେସନ ଆରମ୍ଭ କରିଛି ବେଜିଂ।

ନୂଆଦିଲ୍ଲୀ : ୟୁରୋପ ପରେ ଏସିଆରେ କୁହୁଳୁଛି ଯୁଦ୍ଧ ନିଆଁ । ପୁଣି ଚୀନ-ତାଇଓ୍ଵାନ ଉତ୍ତେଜନା। ତାଇଓ୍ଵାନକୁ ଘେରାବନ୍ଦୀ କରି ୩ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ଡ୍ରାଗନ। ମୁତୟନ କରିଛି ଫାଇଟର ଜେଟ୍‌, ନାଭାଲ ଡେଷ୍ଟ୍ରୟର, ଆର୍ଟିଲାରୀ। ତାଇ ରାଷ୍ଟ୍ରପତି ସାଇ ଇଙ୍ଗ-େଓ୍ଵନ ଆମେରିକାରୁ ଫେରିବାର କେଇ ଘଣ୍ଟା ପରେ ଅପରେସନ ଆରମ୍ଭ କରିଛି ବେଜିଂ। ତାଇଓ୍ଵାନକୁ ଏହା ଚରମ ଚେତାବନୀ ବୋଲି କହିଛି ପିଏଲଏ। ତାଇଓ୍ଵାନ-ଆମେରିକା ସଂପର୍କ ବୃଦ୍ଧିରେ ବେଜିଂ ଖପ୍ପା। ତାଇଓ୍ଵାନ କହିଛି, ଆମେରିକା ଓ ଅନ୍ୟ ଗଣତନ୍ତ୍ର ସହ ସଂପର୍କ ଜାରି ରହିବ। ଚୀନ ନାଲି ଆଖିକୁ ଆମେ ଡରିନୁ।

ଯେ କୌଣସି ସମୟରେ ତାଇଓ୍ଵାନ ଉପରେ ହମଲା କରିପାରେ ଚୀନ। ଯୁଦ୍ଧର ନମୂନା ଦେଖାଇଲା ଡ୍ରାଗନ । ପୁଣି ଥରେ ପିଏଲଏ ଘେରାବନ୍ଦୀରେ ତାଇଓ୍ଵାନ। ଚୀନରୁ ପୃଥକ ହୋଇଥିବା ଏହି ଉପଦ୍ୱୀପ ଚାରିପଟେ ଗର୍ଜୁଛି ଚୀନ ଅସ୍ତ୍ରଶସ୍ତ୍ର। ତାଇଓ୍ଵାନକୁ ଘେରି ୩ ଦିନିଆ ସମରାଭ୍ୟାସ ଆରମ୍ଭ କରିଛି ଚୀନ।

ସମରାଭ୍ୟାସରେ ସାମିଲ ହୋଇଛି ଲଙ୍ଗ ରେଞ୍ଜ ରକେଟ ଆର୍ଟିଲାରୀ, ନାଭାଲ ଡେଷ୍ଟ୍ରୟର, ମିସାଇଲ ବୋଟ, ଏୟାରଫୋର୍ସ ଫାଇଟର, ବମ୍ବର, ଜାମର ଏବଂ ରିଫୁଲର। ସମରାଭ୍ୟାସ ସହ ପାଟ୍ରୋଲିଂ କରୁଛି ପିଏଲଏ। ତାଇଓ୍ଵାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଚୀନର ୪୨ ଯୁଦ୍ଧ ବିମାନ ଓ ୮ଟି ଯୁଦ୍ଧ ପୋତ ତାଇଓ୍ଵାନର ମେଡିଆନ ଲାଇନ ଅତିକ୍ରମ କରିଛି। ଏହି ସମରାଭ୍ୟାସ ତାଇଓ୍ଵାନକୁ ଚରମ ଚେତାବନୀ ବୋଲି କହିଛି ପିଏଲଏର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ।

ଚୀନ୍‌ ଠାରୁ ସମୁଦ୍ରରେ ୧୩୦ କିଲୋମିଟର ଦୂରରେ ଅବସ୍ଥିତ ତାଇଓ୍ଵାନ। ଏହି ଦ୍ୱୀପ ଦେଶକୁ ଚୀନ ନିଜର ଅବିଛେଦ୍ୟ ଅଙ୍ଗ ବୋଲି ଦାବି କରି ଆସୁଛି। ପୁଣି ଥରେ ନିଜ ସହ ମିଶାଇ ଦେବାକୁ କରୁଛି ମସୁଧା । ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଆବଶ୍ୟକ ହେଲେ ବଳ ପ୍ରୟୋଗ କରି ତାଇଓ୍ଵାନକୁ ଚୀନ ସହ ମିଶାଇ ଦିଆଯିବ। ତାଇଓ୍ଵାନ ସହ ଆମେରିକାର ସଂପର୍କ ବୃଦ୍ଧିକୁ ସହି ପାରୁନି ଡ୍ରାଗନ।

କିନ୍ତୁ ତାଇଓ୍ଵାନ ରାଷ୍ଟ୍ରପତି କହିଛନ୍ତି ଆମେରିକା ଏବଂ ଅନ୍ୟ ଗଣତନ୍ତ୍ର ସହ ସେ କାମ କରିବା ଜାରି ରହିବ। ସ୍ୱତନ୍ତ୍ର ତାଇଓ୍ଵାନକୁ ସମର୍ଥନ ଜଣାଉଛି ଆମେରିକା। ଗତ କିଛି ଦିନ ଭିତରେ ତାଇଓ୍ଵାନକୁ ଆମେରିକା ପ୍ରତିନିଧିଙ୍କ ଗସ୍ତ ବଢ଼ିଛି। ତାଇଓ୍ଵାନକୁ ଅସ୍ତ୍ର ବି ଯୋଗାଉଛି ଆମେରିକା। ତାଇଓ୍ଵାନ ଉପରେ ହମଲା କଲେ ପରିଣାମ ଭୟଙ୍କର ହେବ ବୋଲି ଚୀନକୁ ଚେତାବନୀ ବି ଶୁଣାଇ ସାରିଛି ଆମେରିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.