ଆସିବ କି ଚତୁର୍ଥ ଲହର ? ଦେଶରେ ମାଡୁଛି କରୋନା, ୬ ହଜାର ଉପରେ ଦୈନିକ ସଂକ୍ରମଣ

ଦେଶରେ ବଢୁଛି କୋଭିଡ ସଂକ୍ରମଣ। ସାତ ମାସ ପରେ ଦୈନିକ ସଂକ୍ରମଣ ଛଅ ହଜାର ପାର୍‌ । ୨୪ ଘଣ୍ଟାରେ ୬ ହଜାର ୧୧୫ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣର ମୁକାବିଲା ନେଇ ତତ୍ପର କେନ୍ଦ୍ର ସରକାର । ଆସନ୍ତା ୧୦ ଓ ୧୧ ତାରିଖରେ ସବୁ ହସ୍ପିଟାଲରେ ମକଡ୍ରିଲ ହେବ । ଏପଟେ କୋଭିଡର ଉତ୍ପତ୍ତି ନେଇ ଚୀନ ଠାରୁ ଅଧିକ ତଥ୍ୟ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ।

ନୂଆଦିଲ୍ଲୀ : ଦେଶରେ ବଢୁଛି କୋଭିଡ ସଂକ୍ରମଣ। ସାତ ମାସ ପରେ ଦୈନିକ ସଂକ୍ରମଣ ଛଅ ହଜାର ପାର୍‌ । ୨୪ ଘଣ୍ଟାରେ ୬ ହଜାର ୧୧୫ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣର ମୁକାବିଲା ନେଇ ତତ୍ପର କେନ୍ଦ୍ର ସରକାର । ଆସନ୍ତା ୧୦ ଓ ୧୧ ତାରିଖରେ ସବୁ ହସ୍ପିଟାଲରେ ମକଡ୍ରିଲ ହେବ । ଏପଟେ କୋଭିଡର ଉତ୍ପତ୍ତି ନେଇ ଚୀନ ଠାରୁ ଅଧିକ ତଥ୍ୟ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ।

ଗତବର୍ଷ ସେପ୍ଟେମ୍ବର ୨୩ ତାରିଖ ପରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୧୯୪କୁ ବୃଦ୍ଧି ପାଇଛି। ଡେଲି ପଜିଟିଭିଟି ରେଟ୍‌ ୫. ୬୩ପ୍ରତିଶତ । ଗତ ସାତ ଦିନ ମଧ୍ୟରେ ଦେଶର ଆକ୍ଟିଭ କେସ୍‌ ୧୨ ହଜାର ୮୦୫ କେସ ବୃଦ୍ଧି ପାଇଥିବା ବେଳେ ୭୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

ଏପ୍ରିଲ ୧ ତାରିଖରେ ଆକ୍ଟିଭ କେସ ୧୮ ହଜାର ୩୮୯ ଥିଲା । ଗତ ୪ ତାରିଖରେ ଏହି ସଂଖ୍ୟା ୨୩ ହଜାର ୯୧କୁ ବୃଦ୍ଧି ପାଇଥିଲା । ଏପଟେ ଗତ ୨୪ଘଣ୍ଟାରେ ୧୧ ଜଣଙ୍କ ଜୀବନ ନେଇଛି କରୋନା। ମହାରାଷ୍ଟ୍ରରେ ସର୍ବାଧିକ ୩ ଜଣ ପ୍ରାଣ ହରାଇଛନ୍ତି । କେରଳ ଓ ଦିଲ୍ଲୀରୁ ଦୁଇ ଜଣ, ଛତିଶଗଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଏଁ ଜୀବନ ନେଇଛି ଭାଇରସ ।

ଡେଲି କେସ୍ର ୭୦ ପ୍ରତିଶତ ମାମଲା ୫ ରାଜ୍ୟରୁ ବାହାରିଛି । କେରଳରୁ ୧୯୦୦, ମହାରାଷ୍ଟ୍ରରୁ ୯୨୬ , ଦିଲ୍ଲୀରୁ ୭୩୩, ହରିଆଣାରୁ ୪୦୭ ଓ ଗୁଜରାଟରୁ ୩୨୮ ମାମାଲା ଆସିଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି । ଓମିକ୍ରନ୍ର ସବଭାରିଆଣ୍ଟ XBB.1.16 ଯୋଗୁ ଏବେ ସଂକ୍ରମଣ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.