ସେନା ହେଲିକପ୍ଟର ଦୁର୍ଘଟଣାରେ ଚୀନ ପ୍ରତି ଘନଉଛି ସନ୍ଦେହ, କାରଣ ଜାଣିବାକୁ ସାରା ଦେଶର ଉତ୍କଣ୍ଠା

ସେନା ହେଲିକପ୍ଟର ଦୁର୍ଘଟଣାର କାରଣ ଜାଣିବାକୁ ସାରା ଦେଶର ଉତ୍କଣ୍ଠା । ବିଶ୍ୱର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର MI-୧୭ରେ ଯାତ୍ରା ଏତେ ଅସୁରକ୍ଷିତ କିଭଳି ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ବିଶେଷକରି ଜଣେ ଅଭିଜ୍ଞ ଏବଂ ସୁଦକ୍ଷ ପାଇଲଟ ଏହାର ଉଡ଼ାଣ କରୁଥିଲେ । ଏଭଳି ଭୟାନକ ଘଟଣା କାହିଁକି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ପଛରେ ବାହ୍ୟିକ ଶକ୍ତିର ଷଡ଼ଯନ୍ତ୍ରକୁ ଏଡାଇ ଦିଆଯାଇନପାରେ ।

ଚୀନ ଭଳି ଆମର ଶତ୍ରୁ ରାଷ୍ଟକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ବୁଧବାର ଦୁର୍ଘଟଣାର କିଛି ସମୟ ପରେ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀଙ୍କ ଏକ ଟ୍ଵିଟ ଘଟଣାକୁ ନୂଆ ମୋଡ଼ ଦେଇଛି । ଚୀନର ଭୂମିକା ପ୍ରତି ସନ୍ଦେହ ବଢ଼ିବାରେ ଲାଗିଛି । ପ୍ରଫେସର ଚେଲାନୀ ତାଙ୍କ ଟ୍ଵିଟ୍‌ରେ ସିଡିଏସ ରାଓ୍ଵତଙ୍କ ଦୁର୍ଘଟଣା, ତାଇଓ୍ଵାନ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣା ସହ ସାମଞ୍ଜସ୍ୟ ରଖୁଥିବା ଉଲ୍ଲେଖ କରିଥିଲେ । ସବୁଠୁ ବଡ଼ କଥା ହେଲା, ସିଡିଏସ ବିପିନ ରାଓ୍ଵତ ଏବଂ ଜେନେରାଲ ମିଙ୍ଗଙ୍କ ଆଭିମୁଖ୍ୟ ଚୀନ ବିରୋଧୀ ଥିଲା ।

ତେଣୁ ଏହି ଦୁଇ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାର ଅଜବ ସାମଞ୍ଜସ୍ୟ ଥିବା ପ୍ରଫେସର ଚେଲାନୀ ତାଙ୍କ ଟ୍ଵିଟରେ ଉଲ୍ଲେଖ କରିଛନ୍ତି । ହେଲେ ପ୍ରଫେସର ଚେଲାନୀଙ୍କ ଟ୍ଵିଟ ନେଇ ଗ୍ଲୋବାଲ ଟାଇମସ୍‌ ଅଜବ ପ୍ରତିକ୍ରିୟା ପ୍ରକାଶ କରିଛି । ଘଟଣା ପଛରେ କାହିଁକି ଆମେରିକାର ହାତ ନଥିବ ବୋଲି ପ୍ରଶ୍ନ କରିଛି ଗ୍ଲୋବାଲ ଟାଇମସ୍‌ । ବିଶେଷକରି ଭାରତ ଏବେ ଋଷ ଠାରୁ S-400 ଏୟାର ଡିଫେନ୍ସ ସିଷ୍ଟମ କିଣୁଥିବାରୁ ଆମେରିକା ଏଥିପାଇଁ ପରୋକ୍ଷରେ ଏଭଳି କାର୍ଯ୍ୟ କରିଥାଇପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.