ଆମେରିକା ଉପରେ ପୁଣି ଉଡୁଛି ଚୀନର ଗୁଇନ୍ଦା ବେଲୁନ, ବିଦେଶ ମନ୍ତ୍ରୀ ରଦ୍ଦ କଲେ ଚୀନ ଗସ୍ତ
ଆମେରିକାର କେତେକ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଚୀନ୍ର ଗୁଇନ୍ଦା ବେଲୁନ ଉଡ଼ିବା ଏବେ ହଇଚଇ ସୃଷ୍ଟି କରିଛି । ଏହି ଗୁଇନ୍ଦା ବେଲୁନ ଆମେରିକାର ମୋଣ୍ଟାନା ସହିତ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଉଡୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଏବେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ୍ ଗୁଇନ୍ଦାଗିରି ପାଇଁ ବେଲୁନ ବ୍ୟବହାର କରିବା ଘଟଣା ପ୍ରତିରକ୍ଷା ଅଧିକାରୀଙ୍କୁ ଚିନ୍ତାରେ ପକାଇଛି। ଏହି କାର ଣ ଯୋଗୁଁ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକନଙ୍କ ଚୀନ ଗସ୍ତ ରଦ୍ଦ କରାଯାଇଛି ।
ଏ ନେଇ ସଂପୂର୍ଣ୍ଣ ଆଲର୍ଟରେ ଥିବା ଆମେରିକା ପ୍ରଶାସନ ଚୀନ୍ ରାଷ୍ଟ୍ରଦୂତଙ୍କୁ ସମନ କରିଛି। ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବେଲୁନ ଆମର ‘ଏୟାରସିପ୍’ଥିଲା ଏବଂ ଏହା ବିଭିନ୍ନ ବୈଜ୍ଞାନିକ ଗବେଷଣା ପାଇଁ ଉଦ୍ଦିଷ୍ଟ। ଏହା ଭୁଲ୍ରେ ଆମେରିକା ବାୟୁସୀମାରେ ପ୍ରବେଶ କରିଛି ବୋଲି ଚୀନ୍ ସଫେଇ ଦେଇଛି।
ନର୍ଥ ଆମେରିକାନ ଏୟୋରସ୍ପେସ ଡିଫେନ୍ସ କମାଣ୍ଡ ଏହି ଗୁଇନ୍ଦା ବେଲୁନକୁ ଉପରେ ଲଗାତାର ନଜର ରଖିଛି। ଆମେରିକା ପକ୍ଷରୁ ଗତ କିଛିଦିନ ଆମେରିକାର ପ୍ରତିଷ୍ଠାନ ଉପରେ ଉଡୁଥିବା ବେଲୁନକୁ ଟ୍ରାକ କରୁଛି । ଆମେରିକୀୟ ସୈନ୍ୟ ବିମାନ ଜରିଆରେ ଏହା ଉପରେ ନଜର ରଖାଯାଇଛି । ଆମେରିକାରର ଏକ ବରିଷ୍ଠ ରକ୍ଷା ଅଧିକାରୀ କହିଛନ୍ତି, ଏହି ବେଲୁନର ବ୍ୟବହାର ଗୁଇନ୍ଦାଗିରୀ ପାଇଁ କରାଯାଉଛି । ତେବେ ଏପରି ଗତିବିଧିକୁ ନିନ୍ଦା କରାଯାଉଛି ।
Video from Montana where a military jet just buzzed a neighborhood — then a massive flash in the sky.
A blast can be heard, screen goes white and smoke can be seen.
Chinese Spy Balloon Down? pic.twitter.com/AY4GcG8Ydp
— Benny Johnson (@bennyjohnson) February 4, 2023
ତାଇୱାନକୁ ନେଇ ଚୀନର ଆକ୍ରମଣାତ୍ମକ ନୀତିକୁ ଆମେରିକା ଦୃଢ଼ ବିରୋଧ କରୁଥିବା ବେଳେ ଏବେ ଚୀନ୍ ଆମେରିକାର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ସଂପର୍କରେ ତଥ୍ୟ ହାସଲ ପାଇଁ ଗୁଇନ୍ଦା ବିମାନ ବ୍ୟବହାର କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ପଶ୍ଚିମ ଆମେରିକାରେ ମୋଣ୍ଟାନାର ଉଚ୍ଚ ଆକାଶରେ ବେଶ କିଛି ଦିନ ହେଲା ସର୍ଭିଲେନ୍ସ ବେଲୁନ (ସ୍ପାଏ ବେଲୁନ୍) ଠାବ ହୋଇଛି। ମୋଣ୍ଟାନାରେ ରହିଛି ଆମେରିକାର ତାର ସମ୍ବେଦନଶୀଳ ଆଣବିକ ମିଶାଇଲ ରଖିଛି। ଏହି ବେଲୁନଟି ଆଲାସ୍କାର ଆଲିଉଟିଆନ ଦ୍ୱୀପ ଓ କାନାଡା ଦେଇ ମୋଣ୍ଟାନାର ବିଲିଙ୍ଗସ ସହରରେ ପ୍ରବେଶ କରିଥିଲା। ଯଦି ହ୍ଵାଇଟ୍ ହାଉସରୁ ନିର୍ଦ୍ଦେଶ ଆସେ ତେବେ ଏହାକୁ ନଷ୍ଟ କରାଯିବ। ତେଣୁ F-22 ଫାଇଟର ଜେଟ୍ ପ୍ରସ୍ତୁତ ରହିଛି। ବେଲୁନ ଯେଉଁ ଉଚ୍ଚତାରେ ଉଡୁଛି ତାହା ବ୍ୟାବସାୟିକ ବିମାନ ଚଳାଚଳକୁ ପ୍ରଭାବିତ କରିବ ନାହିଁ କିମ୍ବା ତଳେ ଥିବା କୌଣସି ନାଗରିକଙ୍କ ପ୍ରତି ବିପଦ ନାହିଁ ବୋଲି କୁହାଯାଇଛି।