ଭିଡିଓ ଗେମ୍ ଟାଇକୁନ ତଥା ନେଟଫ୍ଲିକ୍ସ ପ୍ରଡ୍ୟୁସରଙ୍କୁ ବିଷ ଦେଇ ହତ୍ଯା, ଜଣେ ସନ୍ଦିଗ୍ଧ ଗିରଫ

ଚୀନର ମୋବାଇଲ ଗେମ୍ ନିର୍ମାତା କମ୍ପାନୀ ତଥା ଆରବପତି ବ୍ୟବସାୟୀ ‘ଗେମ୍ ଅଫ୍ ଥ୍ରୋନ୍ସ’ ର ମାଲିକଙ୍କୁ ବିଷ ଦେଇ ହତ୍ଯା କରାଯାଇଛି। ଭିଡିଓ ଗେମ୍ ଡେଭଲପର ୟୁଜୁ ଗ୍ରୁପ୍ର ସିଇଓ ଲିନ୍ କିଙ୍କ ମୃତ୍ୟୁ ୩୯ ବର୍ଷରେ ହୋଇଛି। ଲିନଙ୍କ ନିଜ କମ୍ପାନୀର ସହଯୋଗୀ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ ରଖିଛି। ଲିନଙ୍କୁ ନେଟଫ୍ଲିକ୍ସ ପ୍ରଡ୍ୟୁସର ଭାବେ ମଧ୍ୟ ଜଣାଯାଏ।

ସୂଚନା ଅନୁସାରେ, ଲିନ୍ କି ଗତ ସପ୍ତାହରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଡିସେମ୍ବର ୧୭ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଚାଲିପାରୁନଥିବା ବେଳେ ତାଙ୍କ ପାଖରେ ‘ଆକ୍ୟୁଟ୍ ଇଲ୍ନେସ୍’ ଲକ୍ଷଣ ଦେଖିବାକୁ ମିଳିଥିଲା। ପରେ ତାଙ୍କୁ ସଂଗେସଂଗେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହାର୍ଟ କାମ କରିବା ବନ୍ଦ କରିଥିଲା।

game china

ଲିନଙ୍କୁ ବିଷ ଦିଆଯାଇଥିବା ସନ୍ଦେହରେ ଜଣଙ୍କୁ ସଙ୍ଘାଇ ପୋଲିସ ଅଟକ ରଖିଥିଲା। ସନ୍ଦିଗ୍ଧ ବ୍ୟକ୍ତି ଲିନଙ୍କୁ ବିଷ ଦେଇଥିବା ପୋଲିସ ସନ୍ଦେହ କରିଥିଲା। ମିଡିଆ ରିପୋର୍ଟରୁ ଜଣାପଡ଼ିଛି ପୋଲିସ ଅଟକ ରଖିଥିବା ବ୍ୟକ୍ତି ଲିନଙ୍କ ସହଯୋଗୀ ଜୁ ୟାଓ। ୟୁଜୁ କମ୍ପାନୀର ଫିଲ୍ମ ଓ ଟେଲିଭିଜନ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। କମ୍ପାନୀରେ ଲିନଙ୍କ ସହ ଝଗଡ଼ା ହେବା ପରେ ଜୁ ତାଙ୍କୁ ବିଷ ଦେଇଥିବା କୁହାଯାଉଛି। ତେବେ ଲିନଙ୍କ ଚା’ରେ ବିଷ ଦିଆଯାଇଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଲିନଙ୍କ ପାଖରେ ୬.୮ ଆରବ ଡଲାର ସମ୍ପତ୍ତି ରହିଛି। ତାଙ୍କ କମ୍ପାନୀ ଫିଲ୍ମ ଜଗତରେ ଏଣ୍ଟ୍ରି କରି କାମ କରିଥିଲା କିନ୍ତୁ ସଫଳତା ମିଳିନଥିବା ପରେ ପ୍ରୋଜେକ୍ଟ ବନ୍ଦ କରିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.