ଶ୍ରୀକୃଷ୍ଣ ତ ଜେଲରେ ଜନ୍ମ ନେଇଥିଲେ ତମେ କାହିଁକି ଜେଲରୁ ବାହାରିବାକୁ ଚାହୁଁଛ ? ଜଣେ ଜାମିନ ଆବେଦନକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି ସିଜେଆଇ

ମଙ୍ଗଳବାର ସୁପ୍ରିମ କୋର୍ଟରେ ଏକ ବେଲ ଆବେଦନର ଶୁଣାଣି ସମୟରେ ମୁଖ୍ୟ ନ୍ୟାୟାଧୀଶ ଏସ.ଏ. ବୋବଡ଼େ କିଛି ମଜାଳିଆ ଢଙ୍ଗରେ କଥା କହିଥିବା ନଜର ଆସିଥିଲେ । କାଲିର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଜଣେ ବେଲ ଆବେଦନକାରୀଙ୍କ ବେଲ ଆବେଦନର ଶୁଣାଣି ବେଳେ ମୁଖ୍ୟ ନ୍ୟାୟାଧୀଶ ଏହିଁ ମଜାଦାର କଥା କହିଛନ୍ତି । ପ୍ରକୃତରେ ଅଦାଲତରେ ଧର୍ମେନ୍ଦ୍ର ବଲବୀ ନାମକ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିଲା । ଏହି ସମୟରେ ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧୀଶ ଏସ.ଏ. ବୋବଡ଼େ ଆବେଦନ କାରି ଜଣଙ୍କୁ ପଚାରିଥିଲେକି, “ତମେ ଜାମିନ ଚାହୁଁଛ ନା ଜେଲ ହିଁ ରହିବାକୁ ଚାହୁଁଛ ? ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜେଲରେ ହୋଇଥିବା ବେଳେ ତମେ କାହିଁକି ଜେଲ ଛାଡିବାକୁ ଚାହୁଁଚ ?”

Wadhawans' bail plea rejected, sent to judicial custody - The ...

ଶ୍ରୀ ବୋବିଡ଼େ ଆବେଦନ କାରୀ ତଥା ତାଙ୍କ ଓକିଲଙ୍କୁ ଏପରି ପ୍ରଶ୍ନ କରିଥିବା ବେଳେ ପ୍ରତିପକ୍ଷ ଓକିଲ ମଧ୍ୟ ଏହାର ଜବାବ ରଖିଥିଲେ । ଖାଲି ସେତିକି ନୁହେଁ ସିଜେଆଇ ବ୍ୟକ୍ତିଙ୍କ ଜାମିନ ଉପରେ ମଞ୍ଜୁରୀ ମାରିବା ପୂର୍ବରୁ ଏହା ମଧ୍ୟ ଟିପ୍ପଣୀ ଦେଇଥିଲେକି, ତାହେଲେ ଆପଣ ଜଣେ ଧାର୍ମିକ ବ୍ୟକ୍ତି ନୁହନ୍ତି । ଶ୍ରୀକୃଷ୍ଣଙ୍କ ଉପରେ ଆପଣଙ୍କର ଆସ୍ଥା ନାହିଁ | ସୂଚନା ଦେବା ଉଚିତ ହେବକି, ଅଭିଯୁକ୍ତ ଧର୍ମେନ୍ଦ୍ର ବଲବୀ ଏକ ଜାତୀୟ ଦଳର ସଦସ୍ୟ ଥିଲେ । ୧୯୯୪ ମସିହାରେ ପ୍ରତିପକ୍ଷ ଦଳର ଜଣେ ପ୍ରତିଦ୍ବନ୍ଦୀଙ୍କ ହତ୍ୟା ଆରୋପରେ ତାଙ୍କୁ ଗିରଫ କରାଯିବା ସହ ୨୦୧୭ ସେପ୍ଟେମ୍ବରରେ ଘଟଣାର ଶୁଣାଣିରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହେଉଛି ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପର୍ବ । ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କ ଜନ୍ମ ଏହି ଦିନରେ ହୋଇଥିଲା । ବିଶ୍ୱାସ ରହିଛିକି, ଶ୍ରୀକୃଷ୍ଣଙ୍କ ଜନ୍ମ ମଥୁରା ସ୍ଥିତ ଏକ ଜେଲ ଖାନାରେ ହୋଇଥିଲା । ଏହି ଠାରେ ତାଙ୍କ ପିତା ମାତା ବାସୁଦେବ ଓ ଦେବକୀ କଂସଙ୍କ ଦ୍ୱାରା ବନ୍ଦୀ ହୋଇ କାରାଗାରରେ ରହୁଥିଲେ । ଏହି କାରଣରୁ ହିଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଜେଲରେ ହିଁ ଜନ୍ମ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.