ନୋଟରେ ଗାନ୍ଧିଜୀଙ୍କ ସହିତ ରହୁ ଲକ୍ଷ୍ମୀ ଏବଂ ଗଣେଶଙ୍କ ଫଟୋ, ଗୁଜୁରାଟ ନିର୍ବାଚନ ପୂର୍ବରୁ କେଜ୍ରିଓ୍ଵାଲ ଖେଳିଲେ ହିନ୍ଦୁତ୍ୱ କାର୍ଡ

ଗୁଜୁରାଟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି। ଭାରତୀୟ ମୁଦ୍ରାରେ ଗାନ୍ଧିଜୀଙ୍କ ବ୍ୟତୀତ ଲକ୍ଷ୍ମୀ ଏବଂ ଗଣେଶଙ୍କ ଫଟୋ ରହିବା ପାଇଁ ଦାବି କରିଛନ୍ତି କେଜ୍ରିଓ୍ଵାଲ। କେଜ୍ରିଓ୍ଵାଲ କହିଛନ୍ତି, ନୋଟର ଗୋଟିଏ ପାର୍ଶ୍ଵରେ ଗାନ୍ଧିଜୀଙ୍କ ଫଟୋ ରହୁ ଏବଂ ଅନ୍ୟ ପାର୍ଶ୍ଵରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରହୁ। ଏମିତି ହେଲେ ସମଗ୍ର ଦେଶକୁ ଆଶୀର୍ବାଦ ମିଳିବ। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ।
ଅରବିନ୍ଦ କେଜ୍ରିଓ୍ଵାଲ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୀପାବଳି ରାତିରେ ପୂଜା କରିବା ସମୟରେ ତାଙ୍କ ମନରେ ଏହି ବିଚାର ଆସିଥିଲା। ମା’ ଲକ୍ଷ୍ମୀ ସମୃଦ୍ଧି କରିଥାନ୍ତି, ସେହିଭଳି ଗଣେଶ ସବୁ ବିଘ୍ନ ଦୂର କରନ୍ତି। ତେଣୁ ଟଙ୍କାରେ ଏମାନଙ୍କ ଫଟୋ ରହିବା ଜରୁରୀ। ଏମିତି ହେଲେ ଆମ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ।
I appeal to the central govt & the PM to put the photo of Shri Ganesh Ji & Shri Laxmi Ji, along with Gandhi Ji’s photo on our fresh currency notes, says Delhi CM & AAP national convenor Arvind Kejriwal pic.twitter.com/t0AWliDn75
— ANI (@ANI) October 26, 2022
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନୋଟ ବଦଳାଇବା କଥା କହୁନାହିଁ। କିନ୍ତୁ ଏହାକୁ ଆରମ୍ଭ କଲେ ଧିରେ ଧିରେ ନୂଆ ନୋଟର ପ୍ରଚଳନ କରାଯାଇପାରେ। ଆମେ ୭୫ ବର୍ଷ ହେଲା ସ୍ୱାଧୀନତା ପାଇବା ପରେ ମଧ୍ୟ ଗରିବ ଦେଶରେ ଗଣନା କରାଯାଇଛି। ଆମ ଦେଶ ବିକଶିତ ଦେଶ ଏବଂ ଧନୀ ଦେଶ ଭାବେ ଗଣାଯାଇ।ଭାରତ ଧନୀ ଦେଶରେ ପରିଣତ ହେଉ ଏବଂ ଭାରତବାସୀ ଧନୀ ପରିବାର ହେଉ।
ଦୀପାବଳିରେ ସମସ୍ତ ବ୍ୟବସାୟୀ ନିଜ ଘରେ ଲକ୍ଷ୍ମୀ ଓ ଗଣେଶଙ୍କର ଫଟୋ ଲଗାଉଛନ୍ତି। ଆଉ କାମ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ପୂଜା କରୁଛନ୍ତି। ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ତେଣୁ ଆଜି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ, ଭାରତୀୟ ମୁଦ୍ରା ଉପରେ ଗୋଟିଏ ପଟେ ଗାନ୍ଧିଜୀଙ୍କ ଫଟୋ ରହିଛି। ହେଲେ ଅନ୍ୟପଟେ ଲକ୍ଷ୍ମୀ ଜୀ ଓ ଗଣେଶ ଜୀଙ୍କ ଫଟୋ ଲଗାଯିବା ଉଚିତ୍। ଏଥିରେ ପୂରା ଦେଶକୁ ଆଶୀର୍ବାଦ ମିଳିବ।
Also Read : ଓଲଟିପଡିଥିବା ଗାଡିରୁ ତେଲ ଚୋରି କରିବା ପଡିଲା ମହଙ୍ଗା; ବାସନରେ ତେଲ ଭରିବା ବେଳେ ଫାଟିଲା ଟାଙ୍କି, ଉଡିଲା କଙ୍କାଳ