Below header

ଦେଶରେ ଉତ୍କଟ କୋଇଲା ଅଭାବ : ସଂକଟରେ ବିଜୁଳି ଉତ୍ପାଦନ, ଓଡ଼ିଶାରେ ପଡ଼ିପାରେ ପ୍ରଭାବ

ଭୁବନେଶ୍ୱର (କେନ୍ୟୁଜ୍‌) : ଦେଶରେ ଉତ୍କଟ କୋଇଲା ଅଭାବ ଦେଖାଦେଇଛି । ବିଜୁଳି ଉତ୍ପାଦନରେ ଦେଖାଦେଇଛି ସଂକଟ । । ଅନେକ ବଡ଼ବଡ଼ ପାଓ୍ଵାର ପ୍ଲାଣ୍ଟରେ ଆଉ ମାତ୍ର ୨ ଦିନର କୋଇଲା ମହଜୁଦ ଅଛି । ଯଥାଶ୍ରୀଘ୍ର କୋଇଲା ଯୋଗାଣ ନହେଲେ ଠପ୍ ହୋଇଯିବ ଉତ୍ପାଦନ । ଦିଲ୍ଲୀ ସମେତ ଉତ୍ତର ଭାରତ ଅନ୍ଧାରରେ ଡୁବିଯିବ ।

ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ଶକ୍ତି ସଂକଟ ସୃଷ୍ଟି ହେବ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶରେ ଏବେ ଉତ୍କଟ ସ୍ଥିତି । ବିଜୁଳି ଉତ୍ପାଦନ ଆବଶ୍ୟକତା ପୂରଣ କରିପାରୁ ନଥିବାରୁ ପାଓ୍ଵାର କଟ୍ ଚାଲିଛି। ଆଗକୁ ପୂରା ଅନ୍ଧାର ହୋଇଯିବା ଆଶଂକା । ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ।

electricity

କୋଟା ଅନୁସାରେ ତୁରନ୍ତ କୋଇଲା ଯୋଗାଣ ବଢ଼ାଇକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ତେବେ ଅଯଥା ଭୟ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ। GAIL ଓ ଟାଟା କମ୍ପାନୀର ଭୁଲ ବାର୍ତ୍ତା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଶକ୍ତି ସଂକଟ ହେବ ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି।

କୋଭିଡ୍ ସେକେଣ୍ଡ େଓ୍ଵଭରୁ ଭାରତ ମୁକୁଳୁଥିବା ବେଳେ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଛି । ଏତିକି ବେଳେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଦେଖାଦେଇଛି କୋଇଲା ସଂକଟ। କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ଓ ଭାରତରେ ପ୍ରବଳ ବର୍ଷା ଯୋଗୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ତେବେ ଆଉ ୩/୪ ଦିନ ଭିତରେ ସବୁ ଠିକଠାକ ହୋଇଯିବ । ଶକ୍ତି ସଂକଟ ସୃଷ୍ଟି ହେବ ନାହିଁ ବୋଲି ସେ ନିଶ୍ଚିତ କରିଛନ୍ତି । ଓଡ଼ିଶା, ବିହାର, ଝାଡ଼ଖଣ୍ଡରେ ମଧ୍ୟ କୋଇଲା ସଂକଟ ଯୋଗୁ ବିଜୁଳି ଉତ୍ପାଦନ ପ୍ରଭାବିତ । ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଥିଲେ ବିଦ୍ୟୁତ୍ ଉତ୍ପାଦନକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.