ଲଞ୍ଚ ପରେ ଖାଆନ୍ତୁ କିଛି ଗୁଡ ସହିତ ଘିଅ ମିଶାଇ ଖାଆନ୍ତୁ, ଲାଭ ନିଜେ ଅନୁଭବ କରିବେ

ବ୍ୟସ୍ତବହୁଳ ଜୀବନ ହେତୁ ଲୋକମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟର ଉପଯୁକ୍ତ ଯତ୍ନ ନେଇପାରୁ ନାହିଁ । ଆଉ ଏହି କାରଣରୁ ହିଁ ଆମେ ଅଧିକାଂଶ ସମୟରେ ରୋଗର ଶିକାର ହୋଇଥାଉ । ରୋଗ ଦାଉରୁ ରକ୍ଷା ପାଇବା ପାଇଁ ବି ଲୋକେ ଭିନ୍ନ ଭିନ୍ନ ଉପାୟ ମାନ ଅବଲମ୍ବନ କରୁଛନ୍ତି । ସେମଧ୍ୟରୁ ଗୋଟିଏ ହେଉଛି ଗୁଡ ଓ ଘିଅ । ମଧ୍ୟାହ୍ନ ଭୋଜନ ପରେ ଗୁଡ ଓ ଘିଅ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । କାରଣ ଉଭୟଥିରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସୁସ୍ଥ ମିଶ୍ରଣକୁ ଖାଇ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବୃଦ୍ଧିପାଇବ । ମଧୁମେହ ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିବ । ଏହାକୁ ଖାଇବା ପାଇଁ ଉପଯୁକ୍ତ ଉପାୟ ଏବଂ ଅନ୍ୟାନ୍ୟ ଲାଭ ବିଷୟରେ ଜାଣିବା ଉଚିତ ।

କେମିତି ସେବନ କରିବେ ଜାଣନ୍ତୁ:

ଗୋଟିଏ ଚାମଚ ଦେଶୀ ଘିଅରେ ଅଳ୍ପ ଗୁଡ଼ ମିଶାଇ ମଧ୍ୟାହ୍ନ ଭୋଜନ ପରେ ଖାଆନ୍ତୁ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ । ଅସ୍ଥି ମଜ୍ଜା ଅଧିକ ଶକ୍ତିଶାଳୀ ହେବ । ଏହା ସହିତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଦ୍ରୁତ ବିକାଶ ହେବ । ଯଦି ଆପଣ ଏହାକୁ ମଧ୍ୟାହ୍ନ ଭୋଜନରେ ଖାଇବାକୁ ଚାହୁଁନାହାଁନ୍ତି, ତେବେ ରାତ୍ରୀ ଭୋଜନ ପରେ ଏହାକୁ ଖାଆନ୍ତୁ । କିନ୍ତୁ ଅପରାହ୍ନରେ ଗୁଡ଼ ଏବଂ ଘିଅ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ । ଆହୁରି ମଧ୍ୟ ଗୁଡ଼ ଏବଂ ଘିର ମିଶ୍ରଣକୁ ସୁପର ଫୁଡ ଭାବରେ ଧରାଯାଏ । ଆୟୁର୍ବେଦରେ ବି ଏହାର ଏକ ବିଶେଷ ମହତ୍ତ୍ୱ ରହିଛି । ଏହା ସମ୍ପୂର୍ଣ୍ଣ ଶାରୀରିକ ଏବଂ ମାନସିକ ବିକାଶରେ ସାହାଯ୍ୟ କରିଥାଏ ।

କଦଳୀରେ ଭିଟାମିନ୍ ବି, ସି, ଡି, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରି ରହିଛି । ଏଥି ସହିତ, ଘିଅରେ ଭିଟାମିନ୍ ଏ, ଡି, ଇ, କେ, ଫ୍ୟାଟି ଏସିଡ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ହାଡଗୁଡ଼ିକୁ ଉପଯୁକ୍ତ ପୁଷ୍ଟି ମିଳିଥାଏ ।

jaggery and ghee

ମଧୁମେହକୁ ନିୟନ୍ତ୍ରଣରେ ରଖେ:

ଆୟୁର୍ବେଦ ଅନୁଯାୟୀ ବିଶୋଧିତ ଚିନି ବଦଳରେ ଗୁଣ୍ଡ ଖାଇବା ହେଉଛି ସର୍ବୋତ୍ତମ ବିକଳ୍ପ । ଏହି କାରଣରୁ, ଶରୀର ସମସ୍ତ ଆବଶ୍ୟକୀୟ ଉପାଦାନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଇଥାଏ | ଆହୁରି ମଧ୍ୟ, ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

ରକ୍ତ ବୃଦ୍ଧି କରେ:

ଘିଅ ଏବଂ ଗୁଡ଼କୁ ଏକାଠି ଖାଇବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ହେବାରେ ସାହାଯ୍ୟ କରେ । ଏପରି ସ୍ଥିତିରେ ରକ୍ତହୀନତାର ଶିକାର ହୋଇଥିବା ଲୋକମାନେ ଏହାକୁ ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ୱାରା ଦୁର୍ବଳ ଲାଗିବା ସହିତ ଶରୀରର ଥକ୍କା ପଣ ମଧ୍ୟ ଦୂର ହୋଇଥାଏ । ଦିନ ସାରା ଶରୀରକୁ ଶକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.