Below header

ନିଜକୁ ଗୁଳି ମାରିଲେ କୋଏମ୍ବାଟୁର ଡିଆଇଜି ବିଜୟ କୁମାର, ଅଫିସରେ ପହଞ୍ଚି ସୁରକ୍ଷା ଅଧିକାରୀଙ୍କୁ ପିସ୍ତଲ ମାଗିଥିଲେ

ମର୍ଣ୍ଣି ଓ୍ଵାକ୍‌ ସାରି ଅଫିସରେ ପହଞ୍ଚି ସର୍ଭିସ ପିସ୍ତଲରେ ଗୁଳି କରି ଆତ୍ମହତ୍ୟା କଲେ କୋଏମ୍ବାଟୁର ଡିଆଇଜି ବିଜୟ କୁମାର । କିଛିଦିନ ହେଲାଣି ଦୁଃଶ୍ଚିନ୍ତାରେ ରହିଥିଲେ । ମାମଲାର ଯାଞ୍ଚ କରୁଛି ପୋଲିସ ।

ତାମିଲନାଡୁର କୋଏମ୍ବାଟୁର ଡିଆଇଜି ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ନିଜକୁ ଗୁଳି ମାରିବା ପୂର୍ବରୁ ଡିଆଇଜି ବିଜୟକୁମାର ରେସ କୋର୍ସରେ କ୍ୟାମ୍ପ ଅଫିସରେ ପିସ୍ତଲରେ ନିଜକୁ ଗୁଳି ମାରିଛନ୍ତି । ସେ ଗତ କିଛିଦିନ ହେଲାଣି ଟେନସନରେ ଥିଲେ ବୋଲି ତାଙ୍କ ସହକର୍ମୀ କହିଛନ୍ତି । ଫଳରେ ଏଭଳି ପଦକ୍ଷେପ ନେଇଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ମାମଲାର ଯାଞ୍ଚ ଚାଲିଛି ।

ଖବର ମୁତାବକ, କୋଏମ୍ବାଟୁର ଡିଆଇଜି ବିଜୟ କୁମାର ଶୁକ୍ରବାର ଦିନ ସକାଳେ ମର୍ଣ୍ଣିଂ ଓ୍ଵାକ୍‌ ପାଇଁ ଯାଇଥିଲେ । ତା’ ପରେ କ୍ୟାମ୍ପ ଅଫିସକୁ ଫେରିଥିଲେ । ସେ ନିଜ ସୁରକ୍ଷା ଅଧିକାରୀଙ୍କ ଠାରୁ ପିସ୍ତଲ ମାଗିଥିଲେ ଏବଂ ଅଫିସ ବାହାରକୁ ଚାଲିଗଲେ । କିଛି ସମୟ ପରେ ଡିଆଇଜି ନିଜକୁ ସୁଟ୍‌ କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ପହଞ୍ଚିବାକୁ ବେଳକୁ ଡିଆଇଜି ଲହୁଲୁହାଣ ହୋଇ ତଳେ ପଡିଥିଲେ । ସେତବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଜଣେ ବରିଷ୍ଠ ଅଧିକାରୀ ଫୋନରେ ଏହା ବିଷୟରେ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ବାକି ଔପଚାରିକ ପୂରଣ କରାଯାଇଥିଲା । ତେବେ ବିଜୟ କୁମାରଙ୍କ ନିକଟସ୍ଥ ଅଧିକାରୀ କହିଛନ୍ତି, ସେ କିଛିଦିନ ହେଲା ଦୁଃଶ୍ଚିନ୍ତାରେ ରହୁଥିଲେ । ଠିକ୍‌ ଭାବେ ଶୋଇପାରୁନଥିଲେ । ତେବେ ଡିଆଇଜି କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା କେହି ଜାଣିନାହାନ୍ତି । ଡିଆଇଜିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋଏମ୍ବାଟୁର ମେଡିକାଲ କଲେଜ ହସପିଟାଲକୁ ପଠାଯାଇଛି । ଏହି ମାମଲାର ଯାଞ୍ଚ ଚାଲିଛି ।

ବିଜୟ କୁମାର ଜାନୁଆରୀ ୬, ୨୦୨୩ରେ କୋଏମ୍ବାଟୁର ରେଞ୍ଜ ରଡିଆଇଜି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ । ଏହି ପୋଷ୍ଟିଂ ପୂର୍ବରୁ କାଞ୍ଚିପୁରମ, କୁଡ୍ଡାଲୋର, ନାଗାପଟିନ୍ନମ ଏବଂ ତିରୁବରରୁ ଜିଲ୍ଲାରେ ରହିଥିଲେ । ନିକଟରେ ତାଙ୍କୁ ଡିଆଇଜି ଭାବେ ପ୍ରମୋଟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.