ଶ୍ୱଶୁରଙ୍କ ଅନ୍ତ୍ୟେଷ୍ଟିକୁ ନେଇ ଦୁଇ ବୋହୂଙ୍କ ମଧ୍ୟରେ ଉଗ୍ରରୂପ ନେଲା ଝଗଡ଼ା, କାରଣ ଥିଲା…

ଶ୍ୱଶୁରଙ୍କ ଅନ୍ତ୍ୟେଷ୍ଟିକୁ ନେଇ ଦୁଇ ବୋହୂଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଛି। ଘଟଣା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ପୋଲିସକୁ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ରଫାଦଫା କରିବାକୁ ପଡ଼ିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଚିତ୍ତୋଡ଼ଗଡ଼ରେ।

ରିପୋର୍ଟ ମୁତାବକ ସହରର ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ଜମିବାଡ଼ି ପାଇବା ଲୋଭରେ ଶବର ଅନ୍ତିମ ସଂସ୍କାରକୁ ନେଇ ବିବାଦ ହୋଇଥିଲା। ବୃଦ୍ଧଙ୍କ ଶବ ମେଡିକାଲର ଶବ ଗୃହରେ ରହିଥିବାରୁ ଏହି ବିବାଦ ଡାକ୍ତରଖାନା ପରିସରରେ ହୋଇଥିଲା। ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ମୃତକଙ୍କ ପ୍ରଥମ ବୋହୂ ଗତ ୧୦ ବର୍ଷ ଧରି ତାଙ୍କ ସେବା କରୁଥିଲେ। ଏଥିପାଇଁ ଦ୍ୱିତୀୟ ବୋହୂ କୌଣସି ସହଯୋଗ କରୁନଥିଲେ। କିନ୍ତୁ ସମ୍ପତ୍ତି ଲୋଭରେ ସେ ଶ୍ୱଶୁରଙ୍କ ଅନ୍ତିମ ସଂସ୍କାର କରି ସମସ୍ତ ଜମିବାଡ଼ି ହାତେଇବାକୁ ଯୋଜନା କରିଥିଲେ।

ଏହି ଘଟଣାର ସମାଧାନ କରି ମାଜିଷ୍ଟେଟ୍‌ ପ୍ରଥମ ବୋହୂକୁ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଦ୍ୱିତୀୟ ବୋହୂ ଏହି ନିଷ୍ପତ୍ତିକୁ ଗ୍ରହଣ କରିନପାରି ଡାକ୍ତରଖାନାରେ ଡ୍ରାମା ଆରମ୍ଭ କରିଥିଲା। ବାଧ୍ୟ ହୋଇ ପୋଲିସ ଏଥିରେ ହସ୍ତକ୍ଷେପ କରି ଭିଡ଼ ହଟାଇବା ସହ ପ୍ରଶାସନ ନିର୍ଦ୍ଦେଶାନୁସାରେ ବଡ଼ ବୋହୂଙ୍କୁ ଶବ ନେବାରେ ସାହାଯ୍ୟ କରିଥିଲା। ସମ୍ପତ୍ତିକୁ ନେଇ ଦୁଇ ବୋହୂଙ୍କ ମଧ୍ୟରେ ଏଭଳି ଝଗଡ଼ାକୁ ଦେଖି ଉପସ୍ଥିତ ଲୋକେ ନିନ୍ଦା କରିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.