Below header

ଅତିକ୍‌ ଅହମ୍ମଦଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ କଂଗ୍ରେସ କାଉନସିଲର୍‌ ପ୍ରାର୍ଥୀ; ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ

କଂଗ୍ରେସ କାଉନସିଲର ପ୍ରାର୍ଥୀ ରାଜକୁମାର ସିଂ ଓରଫ୍‌ ରାଜୁ ଭୈୟା ଅତିକ୍‌ ଅହମ୍ମଦଙ୍କୁ ଶହୀଦ ବୋଲି କହି ତାଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି। ଏବେ ଦଳ ଏହି ବିବାଦୀୟ ବୟାନ ପାଇଁ ରାଜକୁମାରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି ଏବଂ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛି।

ଆଜାଦ ସ୍କୋୟାର ୱାର୍ଡ ନମ୍ବର ୪୩ରୁ କଂଗ୍ରେସ ପ୍ରାର୍ଥୀ ରାଜକୁମାର ସିଂଙ୍କୁ ଦଳ ୬ ବର୍ଷ ପାଇଁ ବହିଷ୍କାର କରିଛି। ସିଟି କଂଗ୍ରେସ କମିଟି ଅଧ୍ୟକ୍ଷ ପ୍ରଦୀପ ମିଶ୍ର ଅଂଶୁମାନ କହିଛନ୍ତି ଯେ ରାଜକୁମାରଙ୍କର ଉକ୍ତ ବୟାନ ତାଙ୍କର ବ୍ୟକ୍ତିଗତ। ଏଥିରେ ଦଳର କୌଣସି ସମ୍ପର୍କ ନାହିଁ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳ ତାଙ୍କ କର୍ପୋରେଟର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛି।

ରାଜକୁମାର ଆହୁରି ବି ଅଭିଯୋଗ କରିଛନ୍ତି ଯେ ଯୋଗୀ ସରକାର ଅତିକ୍‌ ଅହମ୍ମଦଙ୍କର ହତ୍ୟା କରାଇଛନ୍ତି। ସିଏମ୍‌ ଯୋଗୀଙ୍କୁ ଏହି କାରଣରୁ ନିଜ ପଦରୁ ଇସ୍ତଫା ଦେବା ଉଚିତ୍‌। ଏପରି କି, ସେ ପ୍ରଶ୍ନ ଉଠାଇଛନ୍ତି କି, ଯଦି ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୂଷଣ ମିଳିପାରୁଛି, ତା’ ହେଲେ ଅତିକ୍‌ ଅହମ୍ମଦଙ୍କୁ କାହିଁକି ଭାରତ ରତ୍ନ ମିଳିବା ଉଚିତ୍‌ ନୁହେଁ।

କହି ରଖୁଛୁ, ରାଜକୁମାରଙ୍କର ଏଭଳି ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ବର୍ତ୍ତମାନ ତାଙ୍କୁ କୋତଓ୍ଵାଲି ଥାନାରେ ରଖାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.