୮୬ ଇଞ୍ଚ୍‌ ମିନି LED ଟିଭିକୁ ଲଞ୍ଚ୍‌ କଲା Xiaomi, ଜାଣନ୍ତୁ କଣ ରହିଛି ଖାସ୍‌

ସାଓମି ନିଜର ମାଷ୍ଟର ସିରିଜ ସ୍ମାର୍ଟଟିଭିରେ ନୂଆ ସାଓମି ମାଷ୍ଟର ସିରିଜ୍‌ ୮୬ ଇଞ୍ଚ ମିନି ଏଲଇଡି ଟିଭିକୁ ଲଞ୍ଚ୍‌ କରିଛି । ଏହି ଟିଭିକୁ ବହୁତ ଭଲ ହାର୍ଡେଓ୍ଵୟାର ବେନିଫିଟ୍ସ ଭଳି କଲର ଗେମୋଟ, ହାର୍ଡ କଣ୍ଟ୍ରାଷ୍ଟ ଏବଂ ରିଫାଇନଡ ଡାଇନାମିକ ପାର୍ଟିସର୍ନିଙ୍ଗ ସହିତ ଲଞ୍ଚ୍‌ କରାଯାଇଛି ।

ସାଓମି ନିଜର ମାଷ୍ଟର ସିରିଜ ସ୍ମାର୍ଟଟିଭିରେ ନୂଆ ସାଓମି ମାଷ୍ଟର ସିରିଜ୍‌ ୮୬ ଇଞ୍ଚ ମିନି ଏଲଇଡି ଟିଭିକୁ ଲଞ୍ଚ୍‌ କରିଛି । ଏହି ଟିଭିକୁ ବହୁତ ଭଲ ହାର୍ଡେଓ୍ଵୟାର ବେନିଫିଟ୍ସ ଭଳି କଲର ଗେମୋଟ, ହାର୍ଡ କଣ୍ଟ୍ରାଷ୍ଟ ଏବଂ ରିଫାଇନଡ ଡାଇନାମିକ ପାର୍ଟିସର୍ନିଙ୍ଗ ସହିତ ଲଞ୍ଚ୍‌ କରାଯାଇଛି । ଟିଭିରେ ୮୬ ଇଞ୍ଚର ସ୍କ୍ରିନ ରହିଛି । ଯାହା ମିନି ଏଲଇଡି ଟେକ୍ନୋଲୋଜି ସହ ଲେସ ରହିଛି । କମ୍ପାନୀ ଦାବି କରିଛି ଯେ ଏହାସହ ସାମାନ୍ୟ ଏଲଇଡି ବ୍ୟାକଲାଇଟିଙ୍ଗ ମୁକାବିଲାରେ ବହୁତ ବଢ଼ିଆ ସ୍କ୍ରୀନ କ୍ୱାଲିଟୀ ମିଳିବ ।

ସାଓମିର ଏହି ଟିଭି ପାଇଁ ଏକ ନୂଆ ସେଲ୍ଫ ଡେବଲପଡ ଇଞ୍ଜିନ ଜାରି କରିଛି । ଯାହା ସମ୍ପୂର୍ଣ୍ଣ ଭାବେ ଫଟୋ କ୍ୱାଲିଟୀ ଆଲଗରିଦମକୁ ରିକଣ୍ଟ୍ରାଷ୍ଟ କରିଥାଏ । ଯାହାଦ୍ୱାରା ପ୍ରୋଫେସନାଲ ଗ୍ରେଡ କଲର ଆକୁରେସୀର ଅନୁଭବ ମିଳିଥାଏ । ସାଓମି ମାଷ୍ଟର ୮୬ ଇଞ୍ଚ୍‌ ମିନି ଏଲଇଡି ଟିଭି କଲର ଆକୁରେସୀ ଏବଂ ଫଟୋ କ୍ୱାଲିଟୀ ମାମଲାରେ ସାଓମି ଟିଭି ଲାଇନଅପରେ ବେଷ୍ଟ ହେବ ।

ସାଓମିର ଇକୋସିଷ୍ଟମ ଭାବେ ଟିଭିରେ କମ୍ପାନୀ ନିଜର ମଲ୍ଟି-ସ୍କ୍ରୀନ କଲର କନ୍ସିଟେନ୍ସୀ ଟେକ୍ନାଲୋଜି ମଧ୍ୟ ପ୍ରଦାନ କରିଥାଏ । ଯାହା ଟିଭି, ସ୍ମାର୍ଟଫୋନ ଏବଂ ଟ୍ୟାବଲେଟ ମଧ୍ୟରେ ଲଗାତର କଲର ଡିସପ୍ଲେ ସୁନିଶ୍ଚିତ କରିଥାଏ । ଏହାଦ୍ୱାରା ସ୍ମାର୍ଟଫୋନ କିମ୍ବା ଟାବଲେଟ ସହ ସ୍କ୍ରୀନ ମିରରିଙ୍ଗ କରି ଡିସପ୍ଲେ କଲର୍ସ ଚାଲିବା ବେଳେ ହେଉଥିବା ସମସ୍ୟାକୁ ଦୂର କରାଯାଇଥାଏ ।

ସାଓମି ମାଷ୍ଟର ୮୬ ଇଞ୍ଚ୍‌ ମିନି ଏଲଇଡି ଟିଭି, ସାଓମିର ହାଇ ଆଣ୍ଡ ମାଷ୍ଟର ଟିଭି ସିରିଜରେ ଏକ ନୂଆ ପ୍ରଡକ୍ଟ ଭାବରେ ହାର୍ଡେଓ୍ଵୟାର ଏବଂ ସଫ୍ଟେଓ୍ଵୟାର ଉଭୟରେ ଅପଗ୍ରେଡ କରାଯାଇଛି । ଏକ ପ୍ରିମିୟମ ଟିଭି ପ୍ରଡକ୍ଟ ଭାବେ ସାଉଣ୍ଡ କ୍ୱାଲିଟୀ ଏବଂ ରେସପନ୍ସ ଟାଇମ ଆଦି ମଧ୍ୟ ଭଲ ହେବ । ସାଓମି ଏବେ ପର୍ଯ୍ୟନ୍ତ ଅନ୍ୟ ସେକ୍ସନରେ ଟିଭିର ପରଫମରମାନ୍ସର ଖୁଲାସା କରିନାହିଁ । ଯଦିଓ ଆଶା କରାଯାଉଛି ଯେ ଏହା ଆହୁରି ଖାସ୍‌ ହୋଇପାରେ। ସାଓମି ନିଜର ସାଓମି ମାଷ୍ଟର ୮୬ ଇଞ୍ଚ୍‌ ମିନି ଏଲଇଡି ଟିଭିକୁ ୧୮ ଏପ୍ରିଲରେ ଏକ ଇଭେଣ୍ଟରେ ଲଞ୍ଚ୍‌ କରିିଛି । ଏଥିସହିତ ସାଓମି ୧୩ ଅଲଟ୍ରା ଏବଂ ସାଓମି ଏମଆଇ ବ୍ୟାଣ୍ଡ ୮ ସହିତ ଲଞ୍ଚ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.