୧୦ ପ୍ରକାର ରୋଗୀଙ୍କୁ ମିଳିବ ଟ୍ରେନ ଭଡ଼ାରେ ରିହାତି

ରେଳ ବିଭାଗର ନୂଆ ନିୟମ, ଏହି ୧୦ଟି ରୋଗ ଥିଲେ ମିଳିବ ଟ୍ରେନ ଭଡ଼ାରେ ବଢ଼ିଆ ରିହାତି, ଜାଣନ୍ତୁ କେତେ % ମିଳିବ ଛାଡ଼

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିବ।ଆଇଆରସିଟିସିର କିଛି ଏମିତି ସୁବିଧା ଅଛି ଯାହାଦ୍ବାରା ଯାତ୍ରୀମାନଙ୍କୁ ବହୁତ ଉପକାର ମିଳିଥାଏ। ଆସନ୍ତୁ ଜାଣିବା ଆଇଆରସିଟିସିର ଏହି ସବୁ ନିୟମ ସମ୍ପର୍କରେ ।

ଭାରତୀୟ ରେଳ ପ୍ରତ୍ୟେକ ଶ୍ରେଣୀ ଅନୁଯାୟୀ ସୁବିଧା ଯୋଗାଇଥାଏ। ପ୍ରାୟତଃ ଲୋକମାନେ ଭାବନ୍ତି ଯେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଟ୍ରେନ୍ ଭଡା ଛାଡ ହୋଇଥାଏ । କିନ୍ତୁ ଏମିତି ନୁହେଁ ପ୍ରକୃତରେ କିଛି ନିର୍ଦିଷ୍ଟ ରୋଗ ରେ ଆକ୍ରାନ୍ତ ଥିବା ଲୋକଙ୍କୁ ମଧ୍ୟ ରେଳ ବିଭାଗ ଟିକେଟ ପାଇଁ ରିହାତି ପ୍ରଦାନ କରିଥାଏ । କଣ ସେହି ସବୁ ରୋଗ ବିଷୟରେ ଆସନ୍ତୁ ଜାଣିବା .. ଏସବୁ ଜାଣିଲେ ଆପଣ ମଧ୍ୟ ସୁବିଧା ପାଇପାରିବେ ..

-କର୍କଟ ରୋଗୀ ଏବଂ ସେମାନଙ୍କ ସହିତ ଯାଉଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଭଡାରେ ରିହାତି ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଯଦି ସେମାନେ ଚିକିତ୍ସା ପାଇଁ କୌଣସି ସ୍ଥାନକୁ ଯାଉଛନ୍ତି ତେବେ ଏସି 3 ଓ ସ୍ଲିପର ରେ 100% ଛାଡ଼ ମିଳିବ । ଫାଷ୍ଟ କ୍ଲାସ ଓ ସେକେଣ୍ଡ ଏସି କ୍ଲାସ ପାଇଁ ୫୦% ଛାଡ଼ ମିଳିବ ।

-ଥାଲାସେମିଆ, ହୃଦ୍ ରୋଗୀ, କିଡନୀ ରୋଗୀ ମଧ୍ୟ ଭଡା ରେ ରିହାତି ପାଇଥାନ୍ତି । ଯଦି ହୃଦ୍ ରୋଗୀମାନେ ହାର୍ଟ ସର୍ଜରୀ ପାଇଁ ଯାଆନ୍ତି ଏବଂ କିଡନୀ ରୋଗୀମାନେ କି ଟ୍ରାନ୍ସପ୍ଲାଣ୍ଟ ପାଇଁ ଗଲେ ୭୫% ଛାଡ଼ ମିଳିବ । ସାଥିରେ ଯାଉଥିବା ବ୍ୟକ୍ତି ଙ୍କ ପାଇଁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ।

-ଏହା ସହିତ, ହେମୋଫିଲିଆ ରୋଗୀମାନେ ଚିକିତ୍ସା ପାଇଁ ଯିବାବେଳେ ଭଡା ମଧ୍ୟ ରିହାତି ପାଇଥାନ୍ତି। ଏହି ରୋଗୀମାନଙ୍କ ସହିତ, ଆଉ ଜଣେ ବ୍ୟକ୍ତି ଙ୍କ ଭଡ଼ାରେ ମଧ୍ୟ ଛାଡ଼ ମିଳିବ । ଏଥପାଇଁ ୭୫% ଛାଡ ମିଳିବ।

-ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ପାଇଁ ଭଡା ଛାଡ କରିବାର ବ୍ୟବସ୍ଥା ରହିଛି। ଏହି ରୋଗୀମାନେ ସେକେଣ୍ଡ କ୍ଲାସ, ସ୍ଲିପର ଏବଂ ପ୍ରଥମ ଶ୍ରେଣୀରେ ୭୫ ପ୍ରତିଶତ ଛାଡ ମିଳିବ।

-ବିନା ସଂକ୍ରମଣ କୁଷ୍ଠ ରୋଗୀଙ୍କୁ ସେକେଣ୍ଡ କ୍ଲାସ, ସ୍ଲିପର ଏବଂ ପ୍ରଥମ ଶ୍ରେଣୀରେ ୭୫% ରିହାତି ଦିଆଯାଏ।

-ଏଡ୍ସ ଚିକିତ୍ସା ପାଇଁ ଯାଉଥିବାବେଳେ ସେକେଣ୍ଡ କ୍ଲାସ ବଗିରେ ଏଡସ୍ ରୋଗୀଙ୍କୁ ୫୦% ରିହାତି ମଧ୍ୟ ଦିଆଯାଏ।

– ଅଷ୍ଟୀମି ରୋଗୀମାନେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ କୋଚରେ ମାସିକ ସେସନ ଓ କ୍ୱାର୍ଟର ସେସନ ପାଇଁ ଟିକେଟ୍ ରେ ରିହାତି ପାଇଥାନ୍ତି।

-ଏଥି ସହିତ ରକ୍ତହୀନତା ରୋଗୀଙ୍କୁ ସ୍ଲିପର, ଏସି ଚେୟାର କାର, ଏସି -3 ଏବଂ ଏସି-୨ କ୍ଲାସରେ ୫୦% ରିହାତି ମଧ୍ୟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.