କୁଲି ହେଲେ ରାହୁଲ ଗାନ୍ଧି, ହାତରେ ବ୍ୟାଜ୍ ଏବଂ ନାଲି ସାର୍ଟ ପିନ୍ଧି କୁଲିଙ୍କ ମେଳରେ ଆସିଲେ ନଜର
କୁଲି ଡ୍ରେସ ପିନ୍ଧି ଆଟାଜି ବୋହିଲେ ରାହୁଲ ଗାନ୍ଧି । ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନ ପହଞ୍ଚି କୁଲିଙ୍କୁ ସେମାନଙ୍କ ସମସ୍ୟା ବୁଝିଥିଲେ । କେବଳ ଏତିକି ନୁହେଁ ସେମାନଙ୍କ ୟୁନିଫର୍ମ ପିନ୍ଧି ଆଟାଚି ବୋହିଥିଲେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କୁଲି ଡ୍ରେସ ପିନ୍ଧି ଆଟାଜି ବୋହିଛନ୍ତି । ଆଜି ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନ ପହଞ୍ଚି କୁଲିଙ୍କୁ ସେମାନଙ୍କ ସମସ୍ୟା ବୁଝିଥିଲେ । କେବଳ ଏତିକି ନୁହେଁ ସେମାନଙ୍କ ୟୁନିଫର୍ମ ପିନ୍ଧି ଆଟାଚି ବୋହିଥିଲେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ଆନନ୍ଦ ବିହାର କୁଲିମାନେ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଇଚ୍ଛା ଥିବା ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଉକ୍ତ ଭିଡ଼ିଓ ଦେଖି କୁଲିଙ୍କୁ ଭେଟିଛନ୍ତି ରାହୁଲ ।
କଂଗ୍ରେସ ପକ୍ଷରୁ X ରେ ଏକ ଭିଡିଓ ଜାରି କରାଯାଇ କୁହାଯାଇଛି, ଭାରତ ଯୋଡୋ ଯାତ୍ରା ଜାରି ରହିଛି । ମହାତ୍ମା ଗାନ୍ଧିଙ୍କ ବିଚାରରେ ପ୍ରେରିତ ହୋଇ ଜନନାୟକ ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଜି ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧି କୁଲିମାନଙ୍କ ମନର କଥା ଶୁଣିଛନ୍ତି । ସେମାନଙ୍କ ଦୁଃଖ ଓ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।
#WATCH | Delhi: Congress MP Rahul Gandhi visits Anand Vihar ISBT, speaks with the porters and also wears their uniform and carries the load pic.twitter.com/6rtpMnUmVc
— ANI (@ANI) September 21, 2023
ରାହୁଲ ଗାନ୍ଧିଙ୍କୁ କୁଲି ଏବଂ ଅଟୋ ଡ୍ରାଇଭର ଦେଖି ବହୁତ ଖୁସି ରହିଥିଲେ । ରାହୁଲ ଗାନ୍ଧି ସେମାନଙ୍କୁ ଦେଖା କରିବାକୁ ଯାଇଥିବାରୁ ସେମାନେ ବହୁତ ଖୁସି । ସରକାରଙ୍କ ନିକଟରେ ସେମାନଙ୍କ ସମସ୍ୟାକୁ ଜଣାଇବାକୁ କୁଲିଙ୍କୁ ଆଶ୍ୱାସନା ଦେଇଛନ୍ତି ।
जननायक राहुल गांधी जी आज दिल्ली के आनंद विहार रेलवे स्टेशन पर कुली साथियों से मिले।
पिछले दिनों एक वीडियो वायरल हुआ था जिसमें रेलवे स्टेशन के कुली साथियों ने उनसे मिलने की इच्छा जाहिर की थी।
आज राहुल जी उनके बीच पहुंचे और इत्मीनान से उनकी बात सुनी।
भारत जोड़ो यात्रा जारी है.. pic.twitter.com/QrjtmEMXmZ
— Congress (@INCIndia) September 21, 2023