Below header

କେବଳ ଟିକେଟ୍‌ ପାଇଁ : ଏମିତି କଲେ ବିରୋଧ, ଦଳୀୟ ପତାକା ପୋଡ଼ି ଦେଲେ କଂଗ୍ରେସ ନେତା

ହାଇଦ୍ରାବାଦ : ଏଇ ନିର୍ବାଚନ ୠତୁରେ ଆନେକ ଆଚମ୍ବିତ ଘଟଣା ଦେଖିବାକୁ ମିଳୁଛି । ଅଧିକାଂଶ ରାଜନୈକ ଦଳର କର୍ମୀ ତଥା ନେତା ପ୍ରାର୍ଥୀ ହେବାକୁ ଜୋରସୋର ଉଦ୍ୟମ ଚଳାଇଛନ୍ତି । କିଏ କେତେ ଫନ୍ଦି ଫିକର କରୁଛି ଟିକେଟ୍‌ ପାଇବା ପାଇଁ । ଯିଏ ନପାଇଲା ବିରୋଧ କରି ଦଳ ତ୍ୟାଗ କରୁଛି । ଏମିତି ସବୁ ଘଟଣା ଭିତରେ ଏକ ରୋଚକ ଖବର ଆସିଛି ହାଇଦ୍ରାବାଦରୁ । ଜଣେ କଂଗ୍ରେସ ନେତା ଦଳରେ ତାଙ୍କ ଅଣଦେଖା କରାଯାଉଛି ଅଭିଯୋଗ କରି କଂଗ୍ରେସ ପତାକା ପୋଡ଼ିଛନ୍ତି ।
ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଏହି ନେତା ହେଉଛନ୍ତି କୃଷ୍ଣକ୍‌ ମାନ୍ନେ । ସେ ସିକନ୍ଦରାବାଦର ଜଣେ ପ୍ରମୁଖ ନେତା । ତାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରାଯାଇନଥିବାର ରାଗକୁ ପରୋକ୍ଷରେ ଦେଖାଇଛନ୍ତି । ସେ କଂଗ୍ରେସର ଦଳୀୟ ପତାକା ଏବଂ ନିର୍ବାଚନ ପ୍ରଚାର ସାମଗ୍ରୀରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ପରେ କଂଗ୍ରେସରୁ ଇସ୍ତଫା ଦେଇ ତେଲେଙ୍ଗାନା ରାଷ୍ଟ୍ର ସମିତି ଦଳରେ ସାମିଲ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.