ଆପଣଙ୍କ ଫୋନ ରେକର୍ଡ ହେଉନାହିଁ ତ ? ଜାଣିବେ କେମିତି

ନୂଆଦିଲ୍ଲୀ : ତୀବ୍ରତାରେ ବଢ଼ୁଥିବା ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ ସାଧାରଣ ଜୀବନର ଆବଶ୍ୟକତାରେ ପରିଣତ ହୋଇଛି। ଦୈନିକ ଛୋଟବଡ଼ କାମ ପାଇଁ ଆମେ ସ୍ମାର୍ଟଫୋନ ର୍ନିଭର କରୁଛୁ। କିନ୍ତୁ ସ୍ମାର୍ଟଫୋନ ଆମ ଜୀବନକୁ ଯେତେ ସରଳ କରିଛି ସେତିକି ଅସୁବିଧା ମଧ୍ୟ ବଢ଼ାଇଛି। ସ୍ମାର୍ଟଫୋନରେ ଆମର ଅନେକ ବ୍ୟକ୍ତିଗତ ତଥ୍ୟ ରହିଥାଉଛି। ଯାହାକୁ ଯଦି ଆମେ ଟିକେ ଅଣଦେଖା କରୁଛି ତେବେ ତାହା ଖରାପ ହାତକୁ ଯିବାର ସମ୍ଭାବନା ରହୁଛି। ତେବେ ସେନେଇ ଆଜି ଆମେ ଆପଣଙ୍କୁ କିଛି ଜରୁରୀ କଥା କହିବାକୁ ଯାଉଛୁ।

tap-signs

ଆପଣଙ୍କ ସାଙ୍ଗ ତଥା ବନ୍ଧୁବାନ୍ଧବ ସବୁବେଳେ ଆପଣଙ୍କ ଫୋନ ବ୍ୟସ୍ତ ଆସୁଥିବା ଅଭିଯୋଗ କରିଥାନ୍ତି। କିଛି ସମୟରେ ଏପରି ସମସ୍ୟା ନେଟୱାର୍କ ପାଇଁ ହୋଇଥିବା ବେଳେ ଅନ୍ୟ ସମୟରେ ଏହା ପଛରେ କିଛି ଆଉ ମଧ୍ୟ କାରଣ ରହିଥାଏ। ଆଜ୍ଞା ହଁ, ଏପରି ସମସ୍ୟା ଆପଣଙ୍କ ଫୋନ ରେକର୍ଡ ବା ଟ୍ୟାପ୍ ହେଉଥିଲେ ମଧ୍ୟ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ଫୋନ ଟ୍ୟାପ୍ ବା ରେକର୍ଡ ହେଉଛି ତେବେ ଆପଣଙ୍କୁ ଏହାର ସୂଚନା ରହିବା ନିହାତି ଆବଶ୍ୟକ।

*#*#4636#*#*

ଏନେଇ ଆଜି ଆମେ ଆପଣଙ୍କୁ କିଛି USSD କୋର୍ଡ ବିଷୟରେ କହିବାକୁ ଯାଉଛୁ। ଯାହା ଦ୍ବାରା ଆପଣ ଖୁବ୍ ସହଜରେ ଜାଣିପାରିବେ ଆପଣଙ୍କ ଫୋନ ରେକର୍ଡ ହେଉଛି କି ନାହିଁ ।

tap-signs 2

##002#

ଆପଣଙ୍କ ମୋବାଇଲରୁ ଏହି କୋର୍ଡକୁ ଡାଏଲ କରନ୍ତୁ। ଏହା ଦ୍ବାରା ଆପଣ ନିଜ ଫୋନ ବିଷୟରେ ସମସ୍ତ ସୂଚନା ପାଇ ପାରିବେ। ଏହା ଦ୍ବାରା ଆପଣଙ୍କ ଫୋନର ବ୍ୟାଟେରୀ , ୱାଇଫାଇ କନେକସନ ଟେଷ୍ଟ , ଫୋର ମଡ଼େଲ, ରାମ୍ ଆଦିର ସୂଚନା ମିଳିପାରିବ। ଏହି ସେବା ନିଶୁଳ୍କ ଅଟେ।

ନିଶ୍ଚିତ ପଢ଼ନ୍ତୁ:

ବାଇକର ମୂଲ୍ୟରେ ଘରକୁ ଆଣନ୍ତୁ କାର , ଜାଣନ୍ତୁ କେଉଁଠାରେ ରହିଛି ଏପରି ବଜାର

*#21#

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ନମ୍ବର କେଉଁ ଅନ୍ୟ ନମ୍ବରକୁ ଫରୱାର୍ଡ କରାଯାଇଛି। ତେବେ ଏହି USSD କୋର୍ଡକୁ ମୋବାଇଲରୁ ଡାଏଲ କରି ଆପଣ ସମସ୍ତ ଫରୱାଡିଂକୁ ଡିଆକ୍ଟିଭେଟ କରିପାରିବେ।

ଆପଣଙ୍କ ମୋବାଇଲରେ ଏହି ନମ୍ବରକୁ ଡାଏଲ କରିବା ଦ୍ବାରା ଆପଣଙ୍କ ମେସେଜ ବା କଲ କେଉଁ ବା ଡାଟା କୁଆଡେ ଡାଏଭର୍ଟ ହୋଇଛି ତାହା ଜଣାପଡିବ। ଏହା ଦ୍ବାରା ଯଦି ଆପଣଙ୍କ ଡାଟା କେଉଁ ନମ୍ବରକୁ ଫରୱାର୍ଡ କରାଯାଇଛି ତାହାର ସୂଚନା ମଧ୍ୟ ମିଳିଯିବ।

ନିଶ୍ଚିତ ପଢ଼ନ୍ତୁ:ହ୍ବାଟ୍ସଆପର ନୂଆ ଅପଡେଟରେ ଆସିଲା ଧମାକେଦାର ଫିଚର, କଣ ଆପଣଙ୍କୁ ମିଳିଲା କି ?

*#62#

ଅନେକ ସମୟରେ ନମ୍ବର ନେଟୱାର୍କ ବାହାରେ ରହିଥିବାର କହିଥାଏ। ଏପରି ସ୍ଥିତିରେ ମୋବାଇଲ ନେଟୱାର୍କ ସ୍ଥାନରେ ନୋ ସର୍ଭିସ୍ ଲେଖା ଦେଖାଇଥାଏ। ତେବେ ଏହି USSD କୋର୍ଡକୁ ଡାଏଲ କରି କୌଣସି ଅନ୍ୟ ନମ୍ବରକୁ ଆପଣଙ୍କ ଫୋନ ରିଡାଏରେକ୍ଟ କରାଯାଇଛି କି ନାହିଁ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.