ବିଜେପିର ଏହି ମନ୍ତ୍ରୀଙ୍କ ନାଁ ପୂର୍ବରୁ ଥିଲା କଂଗ୍ରେସ, କିନ୍ତୁ ପଦ୍ମ ଧରିବା ପରେ ଏବେ କରି ଦେଲେ ସ୍ୱତନ୍ତ୍ର ଦେବ

ନେତା ମାନେ ଦଳ ଅଦଳ ବଦଳ କରୁଥିବା ତ ଆମେ ଜାଣିଛେ। କିନ୍ତୁ ଏବେ ଜଣେ ନେତା ନିଜ ନାଁ ବି ବଦଳାଇ ଦେଇଥିବା ଦେଖିବାକୁ ମିଳିଛି। ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌରେ। ଏଠାରେ ଭାରତୀୟ ଜନତା ପାର୍ଟିର ଜଣେ ନେତା ନିର୍ବାଚନ ଜିତିବା ପରେ ନିଜ ନାଁ ବଦଳାଇ ଦେଇଛନ୍ତି। ଏମିତି କରିବା ପଛରେ ଏକ କାରଣ ବି ରହିଛି। କାରଣଟି ହେଉଛି ନେତା ଜଣକ ବିଜେପିର ଜଣେ ଜଣାଶୁଣା ଚେହେରା। କିନ୍ତୁ ତାଙ୍କ ନାଁ ଥିଲା କଂଗ୍ରେସ ସିଂହ। ଯାହା ତାଙ୍କୁ ଅଡ଼ୁଆରେ ପକାଇ ଦେଉଥିଲା। ଏଣୁ ନେତା ଜଣକ ନିଜ ନାଁକୁ କଂଗ୍ରେସରୁ ସ୍ୱତନ୍ତ୍ର ଦେବ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟିକୁ ଉତ୍ତର ପ୍ରଦେଶର ୧୮ ତମ ବିଧାନସଭା ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଛି। ଶୁକ୍ରବାର ଦିନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଶପଥ ଦେଇଛନ୍ତି।


ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ସ୍ୱତନ୍ତ୍ର ଦେବ ସିଂଙ୍କ ପ୍ରକୃତ ନାଁ ଏହା ନୁହେଁ। ବାପା ମା’ ତାଙ୍କ ନାଁ ରଖିଥିଲେ କଂଗ୍ରେସ ସିଂହ। କିନ୍ତୁ ବିଜେପି ରାଜନୀତି ସହ ଯୋଡ଼ି ହେବା ପରେ ସେ ନିଜ ନାଁକୁ ବଦଳଇ ଦେଇ କରି ଦେଇଥିଲେ ସ୍ୱତନ୍ତ୍ର ଦେବ ସିଂହ। ମିର୍ଜାପୁର ଜିଲ୍ଲାର ଏକ ଗାଁରେ ୧୩ ଫେବ୍ରୁଆରୀ ୧୯୬୪ ମସିହାରେ ସ୍ୱତନ୍ତ୍ର ଦେବ ଜନ୍ମଗ୍ରହଣ କରିଥିଲେ। ସେ ବୁନ୍ଦେଲଖଣ୍ଡରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

ସ୍ୱତନ୍ତ୍ର ଦେବ ୧୬ ଜୁଲାଇ ୨୦୧୯ରୁ ବିଜେପିର ପ୍ରଦେଶ ଅଧ୍ୟକ୍ଷ ପଦରେ କାମ କରୁଛନ୍ତି। ଏହା ପୂର୍ବରୁ ସେ ବିଜେପିରେ ପ୍ରଦେଶ ଉପାଧ୍ୟକ୍ଷ, ଦୁଇ ଥର ପ୍ରଦେଶ ମହାମନ୍ତ୍ରୀ, ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ସମେତ ବିଭିନ୍ନ ପଦରେ ରହିଛନ୍ତି। ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ସ୍ୱତନ୍ତ୍ର ଦେବ ସିଂହ ପରିବହନ ରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.