କରମଣ୍ଡଳ ଟ୍ରେନ ଟ୍ରାଜେଡି : ମୃତାହତଙ୍କୁ ସ୍ଥାନାନ୍ତରଣ ପାଇଁ ବାୟୁସେନାର Mi-17 ହେଲିକପ୍ଟର ନିୟୋଜିତ

ଟ୍ରେନ୍ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର୍ ନିୟୋଜିତ କରାଯାଇଛି ବୋଲି ଇଷ୍ଟର୍ଣ୍ଣ କମାଣ୍ଡ ସୂଚନା ଦେଇଛି ।

ଓଡ଼ିଶାର ବାଲେଶ୍ବର ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର୍ ନିୟୋଜିତ କରାଯାଇଛି ବୋଲି ଇଷ୍ଟର୍ଣ୍ଣ କମାଣ୍ଡ ସୂଚନା ଦେଇଛି ।

ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟରେ ସାଧାରଣ ପ୍ରଶାସନ ଓ ଭାରତୀୟ ରେଳବାଇକୁ ଭାରତୀୟ ବାୟୁସେନା ସହଯୋଗ କରୁଛି। ତେବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଦୁର୍ଘଟଣାରେ ୨୬୧ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ରହିଛନ୍ତି ।

ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କୁ ଭେଟିବାକୁ କଟକ ବଡ ମେଡିକାଲ ଆସିବେ ବୋଲି ଖବର ମିଳିଛି । ଆଜି ସନ୍ଧ୍ୟାରେ ମୋଦି ଆସିପାରନ୍ତି ବୋଲି ଖବର ମିଳିଛି । ମୋଦି ବାଲେଶ୍ୱର ଗସ୍ତରେ ଆସି ବାହାନଗାର ଟ୍ରେନ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ କଟକ ଗସ୍ତ କରି ଏସବିସିରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସହିତ ସମସ୍ୟା ବୁଝିବେ ବୋଲି ସୂଚନା ମିଳିଛି ।

ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.