ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଦୌଡିକି ଗଲୁ ଆଉ ୩୦୦ ଲୋକଙ୍କୁ ଟ୍ରେନ୍ ଭିତରୁ ବାହାର କଲୁ

ଦେବଦୂତ ସାଜିଲେ ଗଣେଶ ନାମକ ଜଣେ ସ୍ଥାନୀୟ ଯୁବକ । ଦୁର୍ଘଟଣା ଘଟିବା ​​ସମୟରେ ସେ ସେତେବେଳେ ୨୦୦ ମିଟର ଦୂରରେ ଥିବା ଏକ ବଜାରରେ ଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି ସେ ଏବଂ ସେଠାରେ ଥିବା ଲୋକମାନେ ମିଶି ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ ଏବଂ ପାଖାପାଖି ୩୦୦ ଲୋକଙ୍କୁ ବାହାର କରିଥିଲେ ।

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ବାଲେଶ୍ୱର ବାହାନଗାଠାରେ ଘଟଇଥିବା ଟ୍ରେନ୍ ଦୁର୍ଘଟଣାରେ ସମଗ୍ର ଦେଶ ଦୁଃଖିତ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ, ଦୁର୍ଘଟଣାର ତୁରନ୍ତ ପରେ ସ୍ଥାନୀୟ ଲୋକମାନେ ଅହେତୁକ ମାନବିକତା ପ୍ରଦର୍ଶନ କରି ମଣିଷ ପଣିଆର ପରିଚୟ ଦେଇଥିଲେ । କାହାକୁ ଅପେକ୍ଷା ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ସଙ୍ଗେ ସଙ୍ଗେ ଛୋଟ ଛୁଆ ଏବଂ ଆହତମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ । ଅନ୍ୟ ଦଳ ସେଠାରେ ପହଁଚିବା ପର୍ଯ୍ୟନ୍ତ ସେମାନେ ଉଦ୍ଧାର କାମ ଜାରି ରଖିଥିଲେ ।

ଏକ ସକ୍ଷାତକାର ସମୟରେ ଗଣେଶ ନାମକ ଜଣେ ସ୍ଥାନୀୟ ଯୁବକ କହିଥିଲେ ଯେ ଯେତେବେଳେ ଦୁର୍ଘଟଣା ଘଟିଥିଲା ​​ସେ ସେତେବେଳେ ୨୦୦ ମିଟର ଦୂରରେ ଥିବା ଏକ ବଜାରରେ ଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ସେ ଏବଂ ସେଠାରେ ଥିବା ଲୋକମାନେ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ । ସେ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ଶୁଣିବା ପରେ ପାଖରେ ଥିବା ସବୁ ଲୋକ ସେଠାରେ ପହଞ୍ଚିଥିଲେ । ଏହା ପରେ ଅନେକ ଲୋକ ଟ୍ରେନ୍ ବଗିରେ ଫସି ରହିଥିବା ସେମାନେ ଦେଖିବାକୁ ପାଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ସମଗ୍ର ପରିବେଶ । ସେମାନେ ବଗି ତଳେ ଫଶି ରହିଥିବା ଲୋକଙ୍କୁ ବାହାର କରିବା ଆରମ୍ଭ କରିଥିଲେ ।

ଗଣେଶ କହିଥିଲେ ଯେ ସେମାନେ ଟ୍ରେନରେ ଫସି ରହିଥିବା ପ୍ରାୟ ୨୦୦ ରୁ ୩୦୦ ଲୋକଙ୍କୁ ବାହାର କରିଛନ୍ତି । ଦୁର୍ଘଟଣା ପରେ ଗଣେଶ ସ୍ଥାନୀୟ ଲୋକଙ୍କ ସହ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ଏବଂ ଏସବୁ ମଧ୍ୟରେ ଟ୍ରେନରେ ଫସି ରହିଥିବା ଲୋକଙ୍କୁ ବାହାର କରିବାରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ସାହାଯ୍ୟ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁ ଏବଂ ଆହତଙ୍କ ସମେତ ଅନେକ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇପାରିଥିଲା ।

ଘଟଣାଟି ଏପରି ଥିଲା ଯେ ସେମାନେ ପ୍ରଥମେ କିଛି ବୁଝିପାରିନଥିଲେ । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବାର ଖବର ଆସିଥିଲା। ଏହା ପରେ ହାୱାର ଏକ୍ସପ୍ରେସ ମଧ୍ୟ ଧକ୍କା ହୋଇଥିଲା । ଏହା ପରେ ଲାଗିଲା ଯେମିତି ଆକାଶ ଭାଙ୍ଗିଗଲା । ଏହି ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସଙ୍ଗେ ସଙ୍ଗେ ଟ୍ରେନରେ ଫସି ରହିଥିବା ଶହ ଶହ ଲୋକଙ୍କୁ ବାହାର କରିଥିଲେ ।

ଅନ୍ୟପକ୍ଷରେ, ସବୁଠାରୁ ବଡ଼ କଥା ହେଲା ଗୁରୁତରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସ୍ଥାନୀୟ ଲୋକ ସ୍ୱତଃପୁତ ଭାବେ ମେଡିକାଲରେ ପହଞ୍ଚିଥିଲେ । ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରୁ ହଜାର ହଜାର ଯୁବକ ମେଡିକାଲ ଗୁଡ଼ିକରେ ପହଞ୍ଚି ରକ୍ତଦାନ କରିବାକୁ ପ୍ରସ୍ତୁତ ରହିଥିଲେ । ଏମିତିକି କିଛି ଯୁବକ ଗୁରୁତରଙ୍କୁ ଷ୍ଟ୍ରେଚରରେ ବୋହିବାରେ ମଧ୍ୟ ସହଯୋଗ କରିଥିଲେ । କେଉଁ ରୋଗୀର କ’ଣ ଆବଶ୍ୟକ ତାହା ବୁଝିବା ସହ ତୁରନ୍ତ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥିଲେ ।

ଏହା ଜଣା ପଡିଛି ଯେ ଏହି ଘଟଣା ସାରା ଦେଶକୁ ଥରାଇ ଦେଇଛି । ଦୁର୍ଘଟଣାଟି ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନାଗା ବଜାର ଷ୍ଟେସନ ନିକଟରେ, ଘଟିଥିବା ବେଳେ କୋଲକାତାର ୨୫୦ କିଲୋମିଟର ଦକ୍ଷିଣରେ ଏବଂ ଭୁବନେଶ୍ୱରର ୧୭୦ କିଲୋମିଟର ଉତ୍ତରରେ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.