ଖାଆନ୍ତୁ ନାହିଁ ଚିନି, ତ୍ୱଚା ଏବଂ ଶରୀର ଉପରେ ପଡ଼ିବ ଏପରି ପ୍ରଭାବ

ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ସ୍ତର ଠିକ ରହିବ । ଅଧିକ ଚିନି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ବ୍ରଣ ଏବଂ କଳାଦାଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଥି ପାଇଁ ସବୁ ବର୍ଗର ଲୋକମାନେ ସୁଗାର ଫ୍ରି ଡାଏଟକୁ ଅନୁସରଣ କରୁଛନ୍ତି ।

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ସମସ୍ତେ ନିଜ ଶରୀର ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ଏଥି ପାଇଁ ଲୋକମାନେ ଜିମ, ଏକ୍ସରସାଇଜ ଏବଂ ଯୋଗ କରୁଛନ୍ତି । କିନ୍ତୁ ଆଜି ଆପଣମାନେ ଏପରି କିଛି ଟିପ୍ସ ବିଷୟରେ ଜାଣିବେ, ଯାହା ଦ୍ୱାରା ଆପଣ ଘରେ ରହି ଓଜନ ହ୍ରାସ କରି ପାରିବେ । କିନ୍ତୁ ଏଥିପାଇ ଆପଣଙ୍କୁ ଏକ ଛୋଟ କାମ କରିବାକୁ ହେବ । ଯଦି ଆପଣ ଗୋଟିଏ ସପ୍ତାହ ପାଇଁ ଚିନି ଖାଇବା ବନ୍ଦ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀରରେ ଭିନ୍ନ ପରିବର୍ତ୍ତନ ଆଣିବ ।

ଯଦି ଆପଣଙ୍କୁ ସୁନ୍ଦର ତ୍ୱଚା ଆବଶ୍ୟକ ତେବେ ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ଚିନି ଖାଇବା ଦ୍ୱାରା ଆପଣଙ୍କୁ ଅନେକ କ୍ଷତି ପହଞ୍ଚି ଥାଏ । ଚିନି ଖାଇବା ବନ୍ଦ କରିବା ଦ୍ୱାରା ଆପଣଙ୍କ ଚେହେରା ଉଜ୍ଜ୍ୱଳ ଦେଖାଯିବା ଆରମ୍ଭ କରିବ ।

ଯଦି ଆପଣଙ୍କର ମିଠା ଖାଇବା ଅଭ୍ୟାସ ରହିଛି ତେବେ ଆପଣ ରିଫାଇଣ୍ଡ ସୁଗାର ପରିବର୍ତ୍ତେ ନେଚୁରାଲ ସୁଗାର ବ୍ୟବହାର କରି ପାରିବେ । ଚିନି ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର ଅଧିକ ବଢି ଯାଇଥାଏ । କିନ୍ତୁ ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ସ୍ତର ଠିକ ରହିବ । ଅଧିକ ଚିନି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ବ୍ରଣ ଏବଂ କଳାଦାଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଥି ପାଇଁ ସବୁ ବର୍ଗର ଲୋକମାନେ ସୁଗାର ଫ୍ରି ଡାଏଟକୁ ଅନୁସରଣ କରୁଛନ୍ତି । ଯଦି ଆପଣ ନିଜର ରୋଗପ୍ରତିରୋଧକୁ ଶକ୍ତିକୁ ବଢାଇବାକୁ ଚାହୁଁଛନ୍ତି, ତେବେ ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ଏହା କରିବା ଦ୍ୱାରା ଆପଣ ଅନେକ ଛୋଟ ଛୋଟ ରୋଗରୁ ବଞ୍ଚି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.