ବେକାବୁ ହେଲାଣି କରୋନା, ଦେଶର ଦୈନିକ ସଂକ୍ରମଣରେ ଆଜି ରେକର୍ଡ ଭାଙ୍ଗିଲା ମହାମାରୀ

ନୂଆଦିଲ୍ଲୀ : ଦେଶରେ କରୋନାର ସ୍ଥିତି ଏବେ ଗମ୍ଭୀର । ଦିନକୁ ଦିନ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ରେକର୍ଡ ଭାଙ୍ଗିଛି ମହାମାରୀ । ଦିନକରେ ୧ ଲକ୍ଷ ୩୧ ହଜାର ୭୮୭ ଲୋକ ସଂକ୍ରମିତ ହୋଇଛନ୍ତି, ଯାହାକି କରୋନା ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ଦିନ ଠାରୁ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ପଜିଟିଭ୍ ସଂଖ୍ୟା ସର୍ବାଧିକ ପଜିଟିଭ । ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହୋଇଛନ୍ତି ।

ତେବେ ୮୦୨ ଜଣ ଲୋକଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯.୭୪ ଲକ୍ଷକୁ ବୃଦ୍ଧି ପାଇଛି । ଯଦି ଚଳିତ ସପ୍ତାହର କଥା କହିବା, ତାହଲେ ଦେଶରେ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଦିନକୁ ୫୦ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହେଉଛନ୍ତି । ବିଗତ ଦିନରେ ମହାରାଷ୍ଟ୍ରରେ ୫୬ ହଜାର ଲୋକ କରୋନା ଚିହ୍ନଟ ହୋଇଥିଲେ । କେବଳ ମୁମ୍ବାଇରେ ୯ ହଜାର ଲୋକ ପଜିଟିଭ ଜଣାପଡ଼ିଥିଲେ । ଦିଲ୍ଲୀରେ ମଧ୍ୟ ଗୋଟିଏ ଦିନରେ ସାଢ଼େ ୭ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.