ଚୀନ୍‌ରେ ଶହଶହ ମୁଣ୍ଡ ନେଉଛି ପ୍ରାଣଘାତୀ ‘କରୋନା’, ମୃତ୍ୟୁସଂଖ୍ୟା ୨୪୭୦ ଟପିଲା

ଚୀନ୍‌: ଚୀନ୍‌ରେ ଶହଶହ ମୁଣ୍ଡ ନେଉଛି ପ୍ରାଣଘାତୀ ‘କରୋନା’। ‘କରୋନା’ ଭୂତାଣୁରେ ମୃତ୍ୟୁସଂଖ୍ୟା ୨୪୭୦ ଟପିଲା। ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାରରୁ ଉର୍ଦ୍ଧ୍ୱ ହୋଇଛି। ସେପଟେ କରୋନା ଚୀନ୍‌ର ସବୁଠୁ ବଡ଼ ହେଲ୍‌ଥ ଇମର୍ଜେନ୍ସି ବୋଲି କହିଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ । ଏକ ଜରୁରୀ ବୈଠକରେ ଯୋଗ ଦେଇ କହିଛନ୍ତି କରୋନାକୁ ରୋକିବା ପାଇଁ ଦୁଇ ଗୁଣା ଉଦ୍ୟମ ହେବା ଆବଶ୍ୟକ ।