କିଟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଚତୁର୍ଥ ଦିନ, ବିଭିନ୍ନ ବିଭାଗରେ ଅନୁଷ୍ଠିତ ହେଉଛି ଖେଳ
ଭୁବନେଶ୍ବର: କିଟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହେଉଛି । ସକାଳ ୮ଟା ୩୦ରୁ ଆର୍ଚେରୀ ଆରମ୍ଭ ହୋଇଛି । ଏଥିରେ କିଟ୍ର ତିନି ଜଣ ଖେଳାଳି ଭାଗ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଅନ୍ତର୍ଜାତୀୟ ଆର୍ଚେରୀ ଖେଳାଳି ରଞ୍ଜିତ ନାୟକ । ସେ ପୁରୁଷ ବ୍ୟକ୍ତିଗତ ରିଜର୍ଭରେ ବିଜୟୀ ହୋଇ ଟପ୍ ୧୬ରେ ପହଞ୍ଚିଛନ୍ତି ।