ଗରମ ଦିନ ଆସିଲା ଏଣିକି ପର୍ସରେ ଏହି ୩ ଜିନିଷକୁ ନିଶ୍ଚୟ ରଖନ୍ତୁ, ତ୍ୱଚାରେ ଆସିବ ଚମକ

ଧିରେ ଧିରେ ଋତୁ ପରିବର୍ତ୍ତନ ହେବାକୁ ଲାଗିଲାଣି। ଶୀତ ଯାଇ ଗରମ ଆସିଲାଣି। ଥଣ୍ଡା ଥଣ୍ଡା ପାଗ ବଦଳରେ ଏବେ ଗରମ ଅନୁଭୂତ ହେବାକୁ ଲାଗିଲାଣି। ଋତୁ ପରିବର୍ତ୍ତନ ସହିତ ଆପଣଙ୍କ ତ୍ୱଚାର ଯତ୍ନ ନେବା ବା ଧ୍ୟାନ ରଖିବା ନିହାତି ଆବଶ୍ୟକ। ଆଜି ଆମେ ଜଣାଇବୁ ଗରମ ଦିନରେ ମହିଳାଙ୍କୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନରେ ରଖି ନିଜ ତ୍ୱଚାର ଯତ୍ନ ନେଇପାରିବେ। ମହିଳା ନିଜ ପର୍ସରେ ଏହି ସବୁ ଜିନିଷକୁ ନିହାତି ରଖିବା ଆବଶ୍ୟକ। ଯାହାଦ୍ୱାରା ଖରା ଗରମରେ ବି ସେମାନଙ୍କ ତ୍ୱଚା ବହୁତ ସୁନ୍ଦର ଦେଖାଯିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଓ୍ଵାଇପସ୍‌

tissueଗରମରେ ଝା ଅଧିକ ବାହାରିଥାଏ, ଯାହାଦ୍ୱାରା ତ୍ୱଚାରେ ମଇଳା ଜମି ରହିବା ଭୟ ରହିଥାଏ। ଏଥିପାଇଁ ଆପଣ ନିଜ ପର୍ସରେ ସବୁବେଳେ ୱେଟ ଟିସୁ ପେବର ବା ଓଦା ଓ୍ଵାଇପସ ନିହାତି ରଖିବା ଆବଶ୍ୟକ। ଯେତେବେଳେ ବି ଝାଳ ବାହାରିବ ସେତେବେଳେ ଏହି ଓ୍ଵାଇପ୍ସ ସାହାଯ୍ୟରେ ଚେହେରାକୁ ପୋଛି ଦିଅନ୍ତୁ। ଏପରି କଲେ ତ୍ୱଚାରେ ଚମକ ଆସିବ।

ଗୋଲାପ ଜଳ

ଗରମରେ ତ୍ୱଚାରେ ଜାଦୁ ଭଳି କାମ କରିଥାଏ ଗୋଲାପ ଜଳ। ଶରୀର ସହିତ ଗରମ ଦିନରେ ତ୍ୱଚାକୁ ହାଇଡ୍ରେସନର ଆବଶ୍ୟକ ପଡିଥାଏ। ଏମିତିରେ ସ୍କିନରେ ଗୋଲାପ ଜଳ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍‌ ରହିପାରିବ।

golabjalaସନସ୍କ୍ରୀନ

ଗରମରେ ସନସ୍କ୍ରୀନ ପାଣି ଭଳି ଜରୁରୀ ହୋଇଥାଏ। ଭଲ ଏସପିଏଫ ବିଶିଷ୍ଟ ଏକ ସନସ୍କ୍ରୀନ ସବୁବେଳେ ନିଜ ପର୍ସ କିମ୍ବା ବ୍ୟାଗରେ ରଖନ୍ତ। ଏହାକୁ ବାହାରକୁ ଯିବାର ୧୫ ମିନିଟ୍‌ ପୂର୍ବରୁ ସ୍କିନରେ ଏହାକୁ ଲଗାନ୍ତୁ। ଏହାକୁ ତ୍ୱଚାରେ ଲଗାଇଲେ ସୂଯ୍ୟର୍ଙ୍କ ଦ୍ୱାରା ଆସୁଥିବା ହାନିକାରକ କିରଣରୁ ରକ୍ଷା ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.