ଆଜି ତିନି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି: ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ କିଏ ଗଢିବ ସରକାର?

ଆଜି ଉତ୍ତରପୂର୍ବର ତିନି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।

ନୂଆଦିଲ୍ଲୀ : ଆଜି ଉତ୍ତରପୂର୍ବର ତିନି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି। ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଓ ଫେବ୍ରୁଆରୀ ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ଭୋଟିଂ ହୋଇଥିଲା। ଆଜି ଜଣା ପଡିବ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ କିଏ ଗଢିବ ପରବର୍ତ୍ତି ସରକାର। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଫେବୃଆରୀ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ମତଦାନ ପରେ ଏଗଜିଟ୍ ପୋଲ ଆସିଥିଲା । ଏଗଜିଟ୍ ପୋଲ ଅନୁସାରେ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି କ୍ଷମତାରେ ରହିପାରେ । ତେବେ ମେଘାଳୟରେ କୌଣସି ଦଳକୁ ବହୁମତ ମିଳିନାହିଁ । ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା ।

୨୦୧୮ରେ ବାମ ଦଳକୁ ହରାଇ ତ୍ରିପୁରାରେ ସରକାର ଗଢିଥିଲା ବିଜେପି। ସେହିପରି ନାଗାଲାଣ୍ଡରେ ବିଜେପି ସମର୍ଥନରେ NDPP ସରକାର ଗଠନ କରିଥିଲା। ଆଉ ମେଘାଳୟରେ କନରଡ ସାଙ୍ଗମାଙ୍କ ଏନ୍‌ପିପି ବିଜେପି ସମର୍ଥନରେ କରିଥିଲା ସରକାର। ଏଥର ଏକ୍‌ଜିଟ୍‌ ପୋଲରେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଗଢୁଥିବା ବେଳେ ମେଘାଳୟରେ ଝୁଲା ବିଧାନସଭାର ଅନୁମାନ କରାଯାଇଛି। ଆଜି ଏକ୍‌ଜାଟ ରେଜଲ୍ଟ ପରେ ସ୍ପଷ୍ଟ ହେବ ଚିତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.