ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମୁମ୍ବାଇ ଏୟାରପୋର୍ଟରେ RT-PCR ଟେଷ୍ଟ ଅନିବାର୍ଯ୍ୟ

ମୁମ୍ବାଇ : କରୋନା ଭାଇରସର ନୂଆ ଭାରିଏଣ୍ଟକୁ ଦେଖିବାପରେ ମୁମ୍ବାଇ ମହାନଗର ନିଗମ(ବିଏମ୍‌ସି) ଏବେ ଅଧିକ ସତର୍କତା ଅବଲମ୍ବନ କରିଛି । ବିଏମସି କିଛି ଦେଶରୁ ଆସୁଥିବା ଯାତ୍ରୀଙ୍କର RT-PCR ଟେଷ୍ଟକୁ ବାଧ୍ୟତାମୂଳକ କରିଛି । ଏହି ନିୟମ ଆସନ୍ତାକାଲି ବା ୩ ସେପ୍ଟେମ୍ବର ମଧ୍ୟ ରାତ୍ରରୁ ଲାଗୁ ହେବ । ଏହା ପୂର୍ବରୁ ସରକାର ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାଣାଣ୍ଟାଇନ ହଟାଇ ଦେଇଥିଲେ । ଏବେ କରୋନାର ନୂଆ ଭାରିୟଣ୍ଟକୁ ଦେଖି ସରାକାର ଏହି ନିୟମ ଲାଗୁ କରିଛନ୍ତି ।

ବିଏମସି ଅଧିକାରୀ କହିଛନ୍ତି ଯେ ୟୁରୋପ, ମଧ୍ୟ ପୂର୍ବ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ,ବୋତ୍ସବାନା, ଚୀନ, ମରିଶଶ, ନ୍ୟୁଜଲାଣ୍ଡ ଓ ଜିମ୍ବାେଓ୍ଵ ଭଳି ଦେଶ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏହି ଦେଶର ଯାତ୍ରୀମାନେ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବା ସଂଗେ ସଂଗେ RT-PCR ଟେଷ୍ଟ କରିବାକୁ ହେବ । ବିଏମସି ଏହି ଟେଷ୍ଟ ପାଇଁ ୬୦୦ ଟଙ୍କା ଦାମ ରଖିଛି ।

ବଦଳୁଥିବା ପରିସ୍ଥିତିକୁ ଦେଖି ବିଏମ୍‌ସି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରାଣ୍ଟାଇନ ଶେଷ କରି RT-PCR ଟେଷ୍ଟ ନିୟମ ଲାଗୁ କରିଛି । ଏଥିପାଇଁ ମୁମ୍ବାଇ ବିମାନ ବନ୍ଦରରେ ସବୁ ବ୍ୟବସ୍ଥା କରାଯାଇଛି । ଗୋଟିଏ ଘଣ୍ଟାରେ ଅତିକମରେ ୩ ଜଣ ଯାତ୍ରୀଙ୍କ RT-PCR ଟେଷ୍ଟ କରାଯାଇପାରିବ । ଏହି ନିୟମ ବିଦେଶ ଯିବା ଓ ଆସିବା ସବୁ ଯାତ୍ରୀଙ୍କ ଉପରେ ୩ ସେପ୍ଟେମ୍ବରରୁ ଲାଗୁ ହେବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.