Below header

ଅକ୍ଟୋବରରେ ଆସିବ କରୋନା ଟିକା କୋଭୋଭାକ୍ସ

ନୂଆଦିଲ୍ଲୀ : ଅକ୍ଟୋବରରେ ଆସିବ କରୋନା ଟିକା କୋଭୋଭାକ୍ସ । ଆସନ୍ତା ଅକ୍ଟୋବର ମାସରେ ଦେଶର ଟିକାକରଣରେ କୋଭୋଭାକ୍ସ ସାମିଲ ହେବା ନେଇ ଆଶା ରଖିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍  ସିଇଓ ଆଦାର ପୁନାଓ୍ଵାଲା। ତେବେ ଏହା ଡିସିଜିଆଇ ଅନୁମତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡିଭିୟାଙ୍କୁ ଭେଟିବା ପରେ ପୁନାଓ୍ଵାଲା କହିଛନ୍ତି, ଅକ୍ଟୋବରରେ ବୟସ୍କଙ୍କ ପାଇଁ ଆସିବ କୋଭୋଭାକ୍ସ । ୨୦୨୨ ପ୍ରଥମ କ୍ୱାର୍ଟରରେ ଶିଶୁଙ୍କ ଟିକା ଆସିଯିବ ବୋଲି ସେ କହିଛନ୍ତି। ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଗତ ମାସରେ ସେରମ୍ ଇନଷ୍ଟିଚ୍ୟୁଟ୍କୁ ଅନୁମତି ମିଳିଛି।

ଆମେରିକୀୟ କମ୍ପାନୀ ନୋଭାଭାକ୍ସର କୋଭିଡ୍ ଭ୍ୟାକ୍ସିନ୍ ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ୍ । ଭାରତରେ ଏହାର ନାଁ ରହିଛି କୋଭୋଭାକ୍ସ । ଏହାର ପ୍ରଥମ ବ୍ୟାଚ୍ ଉତ୍ପାଦନ ଆରମ୍ଭ ହୋଇ ସାରିଲାଣି। ଅନ୍ୟପଟେ କୋଭିସିଲ୍ଡ ଉତ୍ପାଦନ ବୃଦ୍ଧିରେ ସହଯୋଗ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦାର ପୁନାଓ୍ଵାଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.