ଆରମ୍ଭ ହେଲା ଇକୋ ଫ୍ରେଣ୍ଡଲି ଦାହ ସଂସ୍କାର, ୩୦ ଦିନ ଭିତରେ ଶେଷ ହୋଇଯିବ ସମ୍ପୂର୍ଣ୍ଣ ଶରୀର
ମୃତ ଶରୀରକୁ ଜଳାଇବା ଦ୍ୱାରା ଉତ୍ପନ୍ନ ହେଉଥିବା କାର୍ବନ ଡାଇଅକ୍ସାଇଡକୁ ରୋକିବା ପାଇଁ ଆମେରିକାରେ ଇକୋ ଫ୍ରେଣ୍ଡଲି ଦାହ ସଂସ୍କାର ପ୍ରକ୍ରିୟା ବିକଶିତ କରାଯାଇଛି ।ଏଥିରେ ଏକ ସ୍ୱତନ୍ତ୍ର ବକ୍ସରେ ପାର୍ଥିବ ଦେହକୁ କାଠର ଟୁକୁଡା ଏବଂ ଗଛ ଗୁଡିକର ଅବଶେଷ ସହିତ ବନ୍ଦ କରାଯାଇ ବୁଲାଯାଇଥାଏ । ତେବେ ଏହି ବକ୍ସରେ ଶରୀରର ତାପମାତ୍ରା ୫୫ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଂଚି ଯାଇଥାଏ ଓ ଏହି ସମୟରେ ଏଥିରୁ ଉତ୍ପନ୍ନ ହେଉଥିବା ଜୀବାଣୁଗୁଡିକ ଦ୍ୱାରା ଶରୀର ୩୦ ଦିନ ମଧ୍ୟରେ ନଷ୍ଟ ହୋଇଯାଇଥାଏ । ଶେଷରେ ଖାଦ ଭାବେ କେବଳ କିଛି ହାଡ଼ ଓ ମାଟି ବଞ୍ଚିଥାଏ ।
କୁହାଯାଉଛି ଯେ ଏହାର ଟ୍ରାଏଲ ରୂପରେ ଅବଶେଷରେ ଏବେ ହାଡ ବା ଅସ୍ଥି ବିଶେଷ ରହୁଛି କିନ୍ତୁ ବ୍ୟବସାୟିକ ଭାବେ ଆରମ୍ଭ କରାଗଲା ପରେ ଏହା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ । ଏହି ପ୍ରକ୍ରିୟାରେ ଟ୍ରାଏଲ ଭାବେ ଛଅଟି ମୃତ ଶରୀରକୁ ନେଇ କରାଯାଇଥିଲା । ଯେଉଁଥିରେ କାଠ ଓ ବୃକ୍ଷର ଅବଶେଷରେ ଶରୀର ସମ୍ପୂର୍ଣ ଭାବେ ଶେଷ ହୋଇଯାଇଥିଲା । ତେବେ ୨୦୨୧ ମସିହାରୁ ଏହାକୁ ବ୍ୟବସାୟିକ ଭାବେ ଆମେରିକାର ୱାସିଂଟନରେ ଲଞ୍ଚ କରାଯିବ । ଯାହାକି ଦୁନିଆର ଏପରି ପ୍ରଥମ ସେବା ହେବ ।
ଏହି ପ୍ରକ୍ରିୟାକୁ ବିକଶିତ କରୁଥିବା କମ୍ପାନୀ ରିକମ୍ପୋଜର କହିବା ଅନୁଯାୟୀ ଏହି ପ୍ରକ୍ରିୟା ପାରମ୍ପରିକ ଦାହ ସଂସ୍କାର ତୁଳନାରେ ପର୍ଯାବରଣ ପାଇଁ ବହୁତ ଭଲ ଅଟେ । ପାରମ୍ପରିକ ଦାହ ସଂସ୍କାର ପ୍ରକ୍ରିୟାରେ ପ୍ରାୟ ଏକ ଟନ କାର୍ବନ ନିର୍ଗତ ହୋଇଥାଏ ଯାହାକି ଏଥିରେ ହୋଇନଥାଏ ।
ୱାସିଂଟନ ଷ୍ଟେଟ ୟୁନିଭର୍ସିଟିର ଗବେଷକଙ୍କ କହିବା ଅନୁଯାୟୀ ୩୦ ଦିନ ମଧ୍ୟରେ ପାର୍ଥିବ ଦେହ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଥାଏ । ଏହି ପ୍ରକ୍ରିୟାରେ ଉଚ୍ଚ ତାପମାତ୍ରାରେ ରହିବା ଦ୍ୱାରା ଶରୀର ଭିତରେ ଥିବା ସମସ୍ତ ରୋଗ ମଧ୍ୟ ଶେଷ ହୋଇଯାଇଥାଏ ।