ପିଏମ୍‌ସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ହୃଦ୍‌ଘାତରେ ମୃତ୍ୟୁ, ଗତକାଲି ମୁମ୍ବାଇରେ ପ୍ରଦର୍ଶନ ପରେ ହୋଇଥିଲା ଏଭଳି ଅଘଟଣ

ସଞ୍ଜୟ ଗୁଲାଟିଙ୍କ ବ୍ୟାଙ୍କ ଖାତାରେ ଥିଲା ୯୦ ଲକ୍ଷ ଟଙ୍କା

ମୁମ୍ବାଇ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ହିତାଧିକାରୀ । ଏହାରି ଭିତରେ ପିଏମ୍‌ସି ବ୍ୟାଙ୍କର ଜଣେ ହିତାଧିକାରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଓଶିବାରାରେ ରହୁଥିବା ମୃତକ ସଞ୍ଜୟ ଗୁଲାଟିଙ୍କ ପିଏମ୍‌ସି ଖାତାରେ ପାଖାପାଖି ୯୦ ଲକ୍ଷ ଟଙ୍କା ଥିଲା । ବ୍ୟାଙ୍କ ଦ୍ୱାରା କରାଯାଇଥିବା କଟକଣା ବିରୋଧରେ ସେ ଗତକାଲି ବିରୋଧ ପ୍ରଦର୍ଶନ କରୁଥିଲେ । ଏହା ପରେ ସେ ଯେତେବେଳେ ଘରେ ପହଞ୍ଚିଥିଲେ, ତାଙ୍କୁ ହୃଦ୍‌ଘାତ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ଏହାସହ ପଢନ୍ତୁ:

କେରଳରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଆସିଲା ଆଉ ଏକ ସତ! ଜାଣନ୍ତୁ କ’ଣ କହିଲେ ବନ କର୍ମଚାରୀ

ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯିବା ନିଷ୍ପତ୍ତି ପରେ ଟଙ୍କା ଉଠାଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କରେ ଗ୍ରାହକଙ୍କ ୧୧ ହଜାର ୫ ଶହ କୋଟି ଟଙ୍କ ଜମା ରହିଛି । ବ୍ୟାଙ୍କର ବ୍ରାଞ୍ଚ ପଞ୍ଜାବ, ମହାରାଷ୍ଟ୍ର, ଦିଲ୍ଲୀ ଓ ଗୋଆରେ ରହିଛି । ୧୩୭ଟି ଶାଖା ଥିବା ପିଏମ୍‌ସି ବ୍ୟାଙ୍କ ଦେଶର ଶ୍ରେଷ୍ଠ ୧୦ କୋଅପରେଟିଭ୍ ବ୍ୟାଙ୍କ ମଧ୍ୟରେ ଅନ୍ୟତମ । ନନ୍ ପର୍ଫମିଂ ଆସେଟ୍ ଓ ଋଣ ଦେବା ନେଇ ଆରବିଆଇକୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ଆରବିଆଇ ବ୍ୟାଙ୍କ ଉପରେ ଅନେକ କଟକଣା ଲଗାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.