ଏମିତି ବି ଆସେ ମୃତ୍ୟୁ! ଚଳନ୍ତା କାର ଉପରେ ଖସି ପଡିଲା ଲୁହାଖୁଣ୍ଟ ଚାଲିଗଲା ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

ଦିଲ୍ଲୀ : ଚଣ୍ଡିଗଡ ନ୍ୟାସନାଲ ହାଇୱେ ଉପରେ ପିବିଆର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟରରେ ଲୋଡ ହୋଇ ଯାଉଥିବା କିଛି ଲୁହାଖୁଣ୍ଟ କାର ଉପରେ ପଡିଯାଇଥିଲା ।ଏଥିରେ କାର ଚାଳକଙ୍କ ବେକ କଟି ମୁଣ୍ଡଟି ପଛ ସିଟିରେ ପଡିଯାଇଥିଲା । ପଛ ସିଟିରେ ବସିଥିବା ଚାଳକଙ୍କ ପତ୍ନି ଗୁରୁତର ହୋଇପଡିଥିଲେ। ତାଙ୍କୁ ପିଜିଆଇ ରୋହତକ ହସ୍ପିଟାଲକୁ ସ୍ତାନନ୍ତର କରାଯାଇଥିଲା ପରେ ତାଙ୍କର ମ୍ତ୍ୟୁ ହୋଇଥିବା ସୂଚନା ମିଳିଛି । ଦମ୍ପତ୍ତି ସ୍ବିଡନରେ ରହୁଥିବା ଝିଅକୁ ଭେଟି ଲଡବା ଫେରୁଥିଲେ

accident in panipat12

ଏହି ଘଟଣା ସୋମବାର ଦିନ ସଢେ ଗୋଟାଏ ବେଳେ ହୋଇଥିଲା । ମୃତ କାର ଚାଳକ ଲଡବା ନିବାସୀ ୫୭ ବର୍ଷିୟ ଗୌରବ ଗୋଏଲ ଓ ପତ୍ନି ରଞ୍ଜନା ଗୋଏଲ ଏୟାର ପୋର୍ଟରୁ ଇନୋଭାରେ ଘରକୁ ଫେରୁଥିଲେ । ତାଙ୍କ କାର ଟ୍ରାକ୍ଟରର ଠିକ ପଛେ ପଛେ ଯାଉଥିଲା। ହଠାତ ଟ୍ରାକ୍ଟରରୁ ଲୁହାଖୁଣ୍ଟ ସବୁ କର ଉପରକୁ ଖସିବାକୁ ଲାଗିଲା। ଏଥିରେ ଗୌରବଙ୍କ ମୁଣ୍ଡ ଛିଡି ପଛ ସିଟକୁ ଚାଲିଯାଇଥିଲା ଓ ଗୌରବଙ୍କ ସ୍ତ୍ରୀ ଗୁରୁତ୍ତର ହୋଇପଡିଥିଲେ। ପରେ ଡାକ୍ତରଖାନାରେ ମ୍ତ୍ୟୁ ହୋଇଥିଲେ। ଲୁହାଖଣ୍ଡ ପଡି ଗାଡିର ଅବସ୍ଥା ପୁରା କ୍ଷତିଗ୍ରସ୍ତ ହୋଇଯାଇଛି। ଗୌରବଙ୍କର କୁରୁକ୍ଷେତ୍ର ଅଞ୍ଚଳରେ ଏକ ତେଲ ଟାଙ୍କି ରହିଥିବାର ଜଣା ପଡିଛି ।

ଟ୍ରାକ୍ଟରେ ବସିଥିବା ଯୁବକ ମଧ୍ୟ ଆହାତ

ପୋଲିସର କହିବା ମୁତାବକ ଟ୍ରାକ୍ଟରର ଲୋଡ ହୋଇଥିବା ଲୁହାଖୁଣ୍ଟ ଗୁଡିକ ଉପରେ ଅର୍ଜୁନ ନଗର ରବି ନାମକ ଜଣେ ବ୍ୟକ୍ତି ବସିଥିଲେ।ଦୂର୍ଘଟଣା ପରେ ସେବି ଆହାତ ହୋଇପଡିଛନ୍ତି। କିନ୍ତୁ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଚାଲକିର ସହ ସେଠାରୁ ଫେରାର ହୋଇଯାଇଛି । ଦୁର୍ଘଟଣା ପାଇଁ ରାଜପଥରେ କିଛି ସମୟ ଟ୍ରାଫିକ ଜାମ୍ ପରିସ୍ଥିତ ସୃଷ୍ଟି ହୋଇଥିଲା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ପୋଷ୍ଟମଟର୍ମ ପାଇଁ ପଠାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.