ଟ୍ରାକ୍ ଉପରେ ଟ୍ରେନ୍ ଆସିବାରୁ ଡେଇଁପଡିଲେ ଯୁବକ, ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓରେ

ପଞ୍ଜାବ : ପଞ୍ଜାବ ଲୁଧିୟାନାରେ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଆରପିଏଫ୍ ଲୁଧିୟାନାର ଏକ ବିଶେଷ ଟିମ୍ ଏପରି କରୁଥିବା ୫ଜଣ ଯୁବକଙ୍କୁ ଧରିଛି ଯେଉଁମାନେ ଚେତାବନୀ ମିଳିବା ପରେ ମଧ୍ୟ ଏଭଳି ଷ୍ଟଣ୍ଟ କରୁଛନ୍ତି । ଏହି ସବୁ ଯୁବକ ରେଲୱେ ଟ୍ରାକ ଉପରେ ଠିଆ ହୋଇ ଛାତି ଥରାଇଦେବା ଭଳି ଷ୍ଟଣ୍ଟ କରୁଛନ୍ତି । ରେଲୱେ ଟ୍ରାକ୍ ଉପରେ ଛିଡା ହୋଇ ଟ୍ରେନ୍ ଆସିବାକୁ ଅପେକ୍ଷା କରୁଛନ୍ତି । ଟ୍ରେନ୍ ଆସିବା ପରେ ପାଣି ବହିଯାଉଥିବା ଗଭୀର କେନାଲକୁ ଲମ୍ଫ ମାରୁଛନ୍ତି । ଏହି ଷ୍ଟଣ୍ଟ କରୁଥିବା ସମୟରେ ଏହାର ଭିଡିଓକୁ କେହି ଜଣେ ବ୍ୟକ୍ତି ଉତ୍ତୋଳନ କରିଦେଇଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଆରପିଏଫ୍ ଜଣେ ଅଧିକାରୀ କହିଛନ୍ତି କି, ବାରମ୍ବାର ଟ୍ରେନ୍ ଟ୍ରାକ୍ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଯାଉଛି । ଏହା ସହିତ ଟ୍ରାକ୍ ଉପରେ କୌଣସି ଷ୍ଟଣ୍ଟ ନକରିବାକୁ ଚେତାବନୀ ମଧ୍ୟ ଦିଆଯାଉଛି । ତଥାପି କିଛି ବ୍ୟକ୍ତି ଏହାକୁ ଅଣଦେଖା କରୁଛନ୍ତି । ଅନ୍ୟପଟେ ଆରପିଏଫ୍ ପୋଲିସ୍ ଏହି ୫ଜଣ ଯୁବକଙ୍କ ବିରୋଧରେ ରେଲୱେ ଅଧିନିୟମ ଅନୁସାରେ ମାମଲା ରୁଜୁ କରିଛି ।

ଦେଖନ୍ତୁ ଭିଡିଓ:

video courtesy : ANI
ଧରା ହୋଇଥିବା ୫ଜଣ ଯୁବକଙ୍କୁ ପଚରା ଉଚରା ସମୟରେ ସେମାନେ କହିଛନ୍ତି କି, ସେମାନେ ସର୍ତ୍ତ ଜିତିବା ଏବଂ ନିଜର ବାହାଦୁରି ଦେଖାଇବା ପାଇଁ ଏଭଳି ଷ୍ଟଣ୍ଟ କରିଥାନ୍ତି । କହିରଖୁଛୁ ଯେ, ପଞ୍ଜାବ ଅମୃତସରରେ ମଧ୍ୟ ଗତ ବର୍ଷ ରେଲୱେ ଟ୍ରାକ୍ ଉପରେ ବଡ ଦୁର୍ଘଟଣା ହୋଇଥିଲା । ଦଶହରାରେ ଏଠାରେ ଟ୍ରାକ୍ ଉପରେ ଛିଡା ହୋଇ ରାବଣ ପୋଡି ଦେଖୁଥିବା ସମୟରେ ଟ୍ରେନ୍ ମାଡିଯାଇଥିଲା । ଯାହା ଫଲରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.