ବେଙ୍ଗାଲୁରୁ: ରେଲୱେ ଷ୍ଟେସନରେ ଆତଙ୍କ! ପୁଣି ନୀଳ ରଙ୍ଗର ଡ୍ରମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ

ବେଙ୍ଗାଲୁରୁର ନବନିର୍ମିତ ଏମ୍‌ ବିଶ୍ୱେଶ୍ୱରୈୟା ରେଲୱେ ଷ୍ଟେସନରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଠାରେ ଏକ ନୀଳ ରଙ୍ଗର ଡ୍ରମ୍‌ ଭିତରୁ ମୃତଦେହ ମିଳିଛି। ମୃତାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ବୋଲି ଅନୁମାନ କରାଯାଉଛି।

ବେଙ୍ଗାଲୁରୁର ରେଲେଓ୍ଵ ଷ୍ଟେସନରେ ପୁଣିଥରେ ପ୍ଲାଷ୍ଟିକ୍‌ ଡ୍ରମ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚଳିତ ବର୍ଷ ଏହା ଦ୍ୱିତୀୟ ଘଟଣା। ରେଲେଓ୍ଵ ପୋଲିସ ଷ୍ଟେସନରେ ପଡ଼ିଥିବା ଏକ ଡ୍ରମ୍‌ ଭିତରୁ ମହିଳାଙ୍କ ମୃତଦେହ ଜବତ କରିଛି।

ଘଟଣା ଘଟିଛି ବେଙ୍ଗାଲୁରୁର ନବନିର୍ମିତ ଏମ୍‌ ବିଶ୍ୱେଶ୍ୱରୈୟା ରେଲେଓ୍ଵ ଷ୍ଟେସନରେ। ଏଠାରେ ଏକ ନୀଳ ରଙ୍ଗର ଡ୍ରମ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି, ଯାହାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ବୋଲି ଅନୁମାନ କରାଯାଉଛି। ପୋଲିସ ସିସିଟିଭି ଫୁଟେଜ୍‌ ସାହାଯ୍ୟରେ ଜାଣିବାକୁ ପାଇଛି କି, ୩ ଜଣ ବ୍ୟକ୍ତି ସୋମବାର ଷ୍ଟେସନ ବାହାରେ ଡ୍ରମ୍‌ ଛାଡ଼ି ଚାଲିଯାଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ଲାଗି ପଡ଼ିଛି।

କହି ରଖୁଛୁ କି, ଏହା ପୂର୍ବରୁ ଜାନୁୟାରୀ ୪ରେ ମଧ୍ୟ ବେଙ୍ଗାଲୁରୁର ୟଶବନ୍ତପୁର ରେଲେଓ୍ଵ ଷ୍ଟେସନର ପ୍ଲାଟ୍‌ଫର୍ମ ନମ୍ବର ୧ରେ ସମାନ ଘଟଣା ଘଟିଥିଲା। ଏଠାରେ ନୀଳ ରଙ୍ଗର ଡ୍ରମ୍‌ ଭିତରୁ ୩୦/୩୫ ବର୍ଷୀୟା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ତେବେ ବିଶ୍ୱେଶ୍ୱରୈୟା ଷ୍ଟେସନ ଘଟଣାରେ ପୋଲିସ କେବଳ ଏତିକି ଜାଣିବାକୁ ପାଇଛି ଯେ ମହିଳା ଆନ୍ଧ୍ର ପ୍ରଦେଶର ବାସିନ୍ଦା ଥିଲେ। କିନ୍ତୁ ସେ କିଏ ଏବଂ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ଘଟଣାକୁ ନେଇ ଆଖାପାଖ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।