Below header

ଦିଲ୍ଲୀରେ ଆରମ୍ଭ ହେଲା Women କ୍ୟାବ ସର୍ଭିସ , ଏଣିକି ମହିଳା ମାନେ ହିଁ ମହିଳାଙ୍କୁ ଦେବେ ସୁରକ୍ଷା

ମହିଳାଙ୍କ ସୁରକ୍ଷା ନେଇ ସରକାର ବିଭିନ୍ନ କଡା ନିୟମ ମାନ ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ର ମାନଙ୍କରେ କିପରି ସେମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାର ଅନ୍ୟାନ ପଦକ୍ଷେପ ମଧ୍ୟ ନେଲେଣି । କେତେକ ଜାଗାରେ ତ ମହିଳା ମାନଙ୍କୁ ହିଁ ଏହି କ୍ଷେତ୍ର ମାନଙ୍କରେ ନିଯୁକ୍ତି ଦିଆଯାଇଛି । ବଢୁଥିବା ଅପରାଧକୁ ଆଖି ଆଗରେ ରଖି ହିଁ ରାଜଧାନୀ ଦିଲ୍ଲୀରେ ବୋମେଂନ ବିଠ ନାମରେ ଏକ ନୂଆ କ୍ୟାବ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି କ୍ୟାବକୁ କେବଳ ମହିଳା ଡ୍ରାଇଭର ମାନେ ହିଁ ଚଲାଇ ପାରିବେ । ପ୍ରଥମେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍ଟରନେଶନାଲ ଏୟାରପୋର୍ଟରୁ ହିଁ ଏହି ସୁବିଧା ଅରମ୍ଭ ହେବ । ଏୟାର ପୋର୍ଟରୁ ମହିଳା ଯାତ୍ରୀ ବାହାରି ଏଣିକି ସୁରକ୍ଷିତ ଭାବେ ମହିଳା ଡ୍ରାଇଭରଙ୍କ ସହ ନିଜ ଘରେ ପହଂଚି ପାରିବେ ।

mahila cab

ଦିଲ୍ଲୀ ସ୍ଥିତ ଏକ ଏନଜିଓ ସଂସ୍ଥାର କର୍ମଚାରି ମାନଙ୍କୁ ଏହି କାମରେ ନିଯୁକ୍ତ କରାଯାଇଛି । ଆଉ ସବୁଠୁ ଗୁରୁତ୍ୱ ପୁର୍ଣ କଥା ହେଉଛି ଏଥିରେ କେବଳ ମାତ୍ର ମହିଳା ଯାତ୍ରୀ ହିଁ ଯାଇପାରିବେ । ପୁରୁଷଙ୍କ ସହ କୌଣସି ମହିଳା ଥିଲେ ହିଁ ସେମାନଙ୍କୁ ଅନୁମତି ମିଳିପାରିବ । ଦିଲ୍ଲୀ ବ୍ୟତୀତ ଜୟପୁର ଓ କଲିକତା ରେ ବି ମହିଳା ଯାତ୍ରୀ ମାନଙ୍କୁ କ୍ୟାବ ସର୍ଭିସ ଲାଗୁ କରାଯାଇଛି । କମ୍ପାନୀ ସିଇଓଙ୍କ ଅନୁଯାୟୀ ଏବେ ପର୍ଯ୍ୟନ୍ତ କମ୍ପାନୀ ପାଖରେ 10 ଜଣ ଡ୍ରାଇଭର ଥିବା ବେଳେ 20 ଟି କାର ରହିଛି । ଖୁବ ଶୀଘ୍ର ଏହି ସଂଖ୍ୟା ବଢାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.