Below header

ଦିଲ୍ଲୀ : ବୁରାଡ଼ି ଭୂତ କୋଠିରେ ଏବେ ମଣିଷ, ଭଡ଼ା ଲାଗିଲା ଘର

ନୂଆଦିଲ୍ଲୀ : ଜୁଲାଇ ୧୮, ୨୦୦୧ । ଏହି ଦିନ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଥିବା ଏକ ଘରେ ୧୧ ଜଣ ଆତ୍ମହତ୍ୟା କଲେ । ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଲା । ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଅନୁସନ୍ଧାନ ବି ହେଲା । ଶେଷରେ ଜଣାପଡ଼ିଲା ଏହା ଥିଲା ସମୂହ ଆତ୍ମହତ୍ୟା । ମୋକ୍ଷ ପାଇବା ପାଇଁ ସାରା ପରିବାର ଏଭଳି ସମୂହ ଭାବେ ଆତ୍ମହତ୍ୟା କରିଥିବା ଜଣାପଡ଼ିଲା ।
ସେବେଠାରୁ ଏହି ଘରଟି ଖାଲି ପଡ଼ିଥିଲା । ଘରକୁ ନେଇ ଅନେକ କଥା ଶୁଣିବାକୁ ମିଳିଲା । ସେଠି କୁଆଡ଼େ ଭୂତ ବୁଲୁଛନ୍ତି । ଏଠାରେ ମରିଥିବା ଲୋକଙ୍କ ଆତ୍ମା ଘୂରି ବୁଲୁଛି ଏବଂ ଉତ୍ପାତ କରୁଛି ବୋଲି ଲୋକେ କଥା ହେଲେ । ଏମିତିକି ରାତିରେ ଏହି ଘର ପାଖ ଦେଇ ଯିବା ଆସିବା କରିବାକୁ ମଧ୍ୟ ଲୋକେ ଡରୁଥିଲେ ।

BURARI-2ହେଲେ ପରେ ଜଣାପଡ଼ିଲା ଏସବୁ ମିଛ । କିଛି ବିଲଡର୍‌ ଏହି ସମ୍ପତ୍ତି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଘରଟିକୁ କମ୍‌ ଦାମ୍‌ରେ କିଣିବାକୁ ପାଇଁ ଏଭଳି ମିଥ୍ୟା ପ୍ରଚାର କରିଥିଲେ ବୋଲି ଆଲୋଚନା ହେଲା । ଅବଶ୍ୟ ଘରଟି ଏପର୍ଯ୍ୟନ୍ତ ବିକ୍ରି ହୋଇ ନାହିଁ ଏବଂ ଶେଷରେ ଏହି ଘରକୁ ଏକ ଭଡ଼ାଟିଆ ମିଳି ଯାଇଛି । ଜଣେ ବ୍ୟକ୍ତି ଏହାକୁ ଭଡ଼ାରେ ନେଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର କରିଛନ୍ତି । ମୋହନ କଶ୍ୟପ ନାମକ ଜଣେ ବ୍ୟକ୍ତି ଯିଏକି ଏହି ଘର ପାଖରେ ପ୍ରାୟ ୧୫ ବର୍ଷ ହେଲା ଡାଇଗ୍ନୋଷ୍ଟିକ ସେଣ୍ଟର କରିଛନ୍ତି, ସେ କହିଛନ୍ତି ଯେ ମୁଁ ଏଭଳି ଅନ୍ଧବିଶ୍ୱାସକୁ ମାନେ ନାହିଁ । ତଥାପି ସେ ପ୍ରଥମେ ପୂଜାପାଠ ଏବଂ ହୋମ କରି ଗୃହ ପ୍ରବେଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.