Below header

ଆପ୍‌-ବିଜେପି ମୁହାଁମୁହିଁ, ମନୋନୀତ ସଦସ୍ୟଙ୍କ ଶପଥପାଠକୁ ଆପ୍‌ର ବିରୋଧ

ନୂଆଦିଲ୍ଲୀ : ଦିଲ୍ଲୀ MCD ମେୟର ନିର୍ବାଚନ ପୂର୍ବରୁ ମହାହଙ୍ଗାମା । ଆପ ଓ ବିଜେପି ସଦସ୍ୟ ମୁହାଁମୁହିଁ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସସେନା ଦ୍ୱାରା ମନୋନୀତ ୧୦ ଜଣ ବିଜେପି ସଦସ୍ୟଙ୍କୁ ଖୋଲାଖୋଲି ବିରୋଧ କରିଛି ଆପ । ସେହିପରି ବିଜେପିର ଜଣେ ସଦସ୍ୟ ସତ୍ୟ ଶର୍ମାଙ୍କୁ ଉପରାଜ୍ୟପାଳ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି । ମନୋନୀତ ସଦସ୍ୟଙ୍କ ଶପଥପାଠ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଆପର ଅଭିଯୋଗ ମୁତାବତ ମନୋନୀତ ସଦସ୍ୟଙ୍କ ପୂର୍ବରୁ ନିର୍ବାଚିତ ପ୍ରତିନଧି ମାନେ ଶପଥ ପାଠର ନିୟମ ରହିଛି । ଯାହାର ଖୋଲାଖୋଲି ଉଲଂଘନ ହୋଇଛି । ସେହିିପରି ଦିଲ୍ଲୀ ସରକାରଙ୍କ ବିନା ପରାମର୍ଶରେ ୧୦ ଜଣ ବିଜେପି ସଦସ୍ୟଙ୍କ ମନୋନୀତକୁ ଆପ ବିରୋଧ କରିଛି । ୨୫୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ମ୍ୟୁନ୍‌ସିପାଲ କର୍ପୋରେସନ୍‌ରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଆପ୍‌ । ୧୩୦ରୁ ଅଧିକ ସିଟ୍‌ରେ ବାଜିମାତ କରିଛି ଆମ ଆଦମୀ ପାର୍ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.