ଦିଲ୍ଲୀରେ ଶୀତର ପ୍ରକୋପ, ଆସନ୍ତା ୧୨ ତାରିଖ ଯାଏଁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି

ପ୍ରବଳ ଥଣ୍ଡା ହେତୁ ଦିଲ୍ଲୀର ସମସ୍ତ ସ୍କୁଲ ଜାନୁଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରବଳ ଶୀତ ଯୋଗୁ ନର୍ସରୀରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

ଦିଲ୍ଲୀରେ ଶୀତ ପ୍ରକୋପ ଦେଖି ସରକାର ସ୍କୁଲ ଛୁଟି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ ଦିନ ଯାଏଁ ଦିଲ୍ଲୀର ସମସ୍ତ ସ୍କୁଲ ଛୁଟି ରହିବାକୁ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରୀ । ଆସନ୍ତା ୮ ତାରିଖରୁ ୧୨ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲର ଶୀତକାଳୀନ ଛୁଟିକୁ ବଢାଇ ଦିଆଯାଇଛି । ଶୀତ ପ୍ରକୋପ ଯୋଗୁଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଶିକ୍ଷା ମନ୍ତ୍ରୀ ଅତିଶୀଙ୍କ ଟ୍ଵିଟ୍‌ ଅନୁଯାୟୀ, ପ୍ରବଳ ଥଣ୍ଡା ହେତୁ ଦିଲ୍ଲୀର ସମସ୍ତ ସ୍କୁଲ ଜାନୁଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରବଳ ଶୀତ ଯୋଗୁ ନର୍ସରୀରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀରେ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ଶୀତ ଛୁଟି ଯୋଗୁ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଛି । ଆସନ୍ତାକାଲିଠାରୁ ସ୍କୁଲ ଖୋଲିବ। ତେବେ ତା’ ପୂର୍ବରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ପୂର୍ବରୁ ୧୦ ଜାନୁଆରୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହା ଭୁଲବଶଃତ ପ୍ରକାଶ ପାଇବାର ୧ ଘଣ୍ଟା ପରେ ପ୍ରତ୍ୟାହାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.