କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ପରେ ଜୋସରେ ବିରୋଧୀ, ମୋଦି ବିରୋଧୀ ମହାମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଉଦ୍ୟମ

କର୍ଣ୍ଣାଟକ(କେନ୍ଯୁଜ୍) : କର୍ଣ୍ଣାଟକ ଉପନିର୍ବାଚନରେ ୫ଟି ଆସନରୁ ୪ଟିରେ ବିଜେପି ହାରିଯିିିବା ଘଟଣା ଏନ୍‌ଡିଏ ସରକାର ବିରୋଧୀ ମୁଡ୍‌କୁ ଦର୍ଶାଉଛି । ଏହି ପରିପ୍ରେକ୍ଷୀରେ ମୋଦୀ ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଡିଏମକେ ମୁଖ୍ୟ ଏମେ.କେ.ଷ୍ଟାଲିନଙ୍କୁ ଭେଟିଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏ ବିରୋଧରେ ହାମେଣ୍ଟ ଗଠନ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଚଳାଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।

2ମହାମେଣ୍ଟ ନେଇ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ଭେଟିବେ ବୋଲି ଜଣାପଡିଛି । ପୂର୍ବରୁ ୨ ସପ୍ତାହ ତଳେ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲା, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ, ଆପ୍‌ ନେତା ଅରବିନ୍ଦ କେଜିରୱାଲ, ଲୋକ ତାନ୍ତ୍ରିକ ଜନତାଦଲ ନେତା ଶରଦ ଯାଦବ ପ୍ରମୁଖଙ୍କୁ ଭେଟି ୨୦୧୯ରେ ମହାମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ ।