Below header

ଡାକ୍ତରଙ୍କ ଏମିତି କାଣ୍ଡ, ପ୍ରେମିକାକୁ ହତ୍ୟା ପରେ ମନ୍ଦିରରେ କଲେ ପ୍ରାୟଶ୍ଚିତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ସିଏଚସି ହସ୍ପିଟାଲର ଜଣେ ନର୍ସଙ୍କ ହତ୍ୟାକାଣ୍ଡରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଡାକ୍ତର। ଗିରଫ ପରେ ସେ ଦେଇଥିବା ବୟାନ୍ ଏବେ ସ୍ରୁଷ୍ଟି କରିଛି ଚାଞ୍ଚଲ୍ୟ।
ବୟାନ ଅନୁଯାୟୀ, ଲକ୍ଷ୍ନୌର ଚାରବାଗର ଏକ ହୋଟେଲରେ ଷ୍ଟାଫ୍ ନର୍ସ ସମତା ନିଷାଦଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଡାକ୍ତର ରାଜେଶ କୁମାର ତ୍ରିପାଠୀ ପ୍ରାୟଶ୍ଚିତ କରିବା ପାଇଁ ଚିତ୍ରକୂଟର ଏକ ମନ୍ଦିରକୁ ଯାଇଥିଲେ। ସେହି ମନ୍ଦିରରେ ଦର୍ଶନ ସାରି ସେ ମଧ୍ୟପ୍ରଦେଶର ଜବଲପୁର ସହରର ଏକ ହୋଟେଲରେ ନିଜର ବେଶଭୂଶା ପରିବର୍ତ୍ତନ କରି ରହିଥିଲେ।

ନିଶ୍ଚିତ ପଢ଼ନ୍ତୁ :ଅଳିଆଗଦାରେ ମିଳିଲା ମହିଳାଙ୍କ ଖଣ୍ଡିତ ଶରୀର, ଏବେ ଅଭିଯୁକ୍ତ ଫିଲ୍ମ ନିର୍ମାତାଙ୍କୁ ଗିରଫ କରିଛି

ପୁଲିସ ଅଭିଯୁକ୍ତ ଡ଼ାକ୍ତରଙ୍କ କଲ୍ ଲୋକେସନ୍ ଟ୍ରେସ କରି ଅଭିଯୁକ୍ତଙ୍କୁ ଲୁଚିଥିବା ହୋଟେଲରୁ ଗିରଫ କରିଛି। ସେ ୨୦୧୧ରେ ବିଏମଏସ୍ ପାସ କରିବା ପରେ ୨୦୧୬ରେ ଚିତ୍ରକୂଟ କମିର ମାନିକପୁର ସିଏଚସିରେ ନିଯୁକ୍ତ ହୋଇଥିଲା। ସେହି ସମୟରେ ସମତା ନାମ୍ନୀ ଜଣେ ଷ୍ଟାଫ ନର୍ସ ସହିତ ତାଙ୍କର ପରିଚୟ ଓ ପରେ ପ୍ରେମ ସଂପର୍କ ଗଢିଉଠିଥିଲା। ସମତା ରାଜେଶଙ୍କୁ ବାହା ହେବାକୁ ଚାପ ପକାଇଥିଲେ। କିନ୍ତୁ ଏଥିପାଇଁ ରାଜି ନଥିଲେ ବିବାହିତ ରାଜେଶ।

murder arrested

ଏପରିକି ଏହି ଅବୈଧ ସଂପର୍କରେ ରାଜେଶଙ୍କ ପତ୍ନୀ ସବୁ ଜାଣି ଦେଇଥିଲେ। ଏନେଇ ଦୁହେଁ ଏକ ହୋଟେଲରେ ରାତ୍ରିଯାପନ କରୁଥିବା ବେଳେ ଉଭୟଙ୍କ ଭିତରେ ଭିଷଣ ଝଗଡ଼ା ହୋଇଥିଲା। ତା’ପରେ ସମତାର ତଣ୍ଟି ଚିପି ହତ୍ୟା କରିଥିଲେ ରାଜେଶ। ଏନେଇ ନିଜର ଦୋଷ ସ୍ବୀକାର କରିଥିବା ବେଳେ ଘଟଣାର ତଦନ୍ତ ଚଲାଇଛି ସ୍ଥାନୀୟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.