ହାଇକୋର୍ଟଙ୍କ ନିର୍ଦ୍ଦେଶ : ସ୍ନାନ କରୁଥିବା ମହିଳାଙ୍କ ଫଟୋ ଦେଖାଇ ପାରିବେନି କୌଣସି ଗଣମାଧ୍ୟମ

ପ୍ରୟାଗରାଜ : ଖବରକାଗଜ ଏବଂ ଟିଭିରେ ସ୍ନାନ କରୁଥିବା ମହିଳାଙ୍କ ଫଟୋ ଦେଖାଇବା ଉପରେ ଆହ୍ଲାବାଦ ହାଇକୋର୍ଟ ଶକ୍ତ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି କି ଏମିତି କରୁଥିବା ଲୋକଙ୍କ ବିରୋଧରେ ଯାଞ୍ଚ କରାଯାଇ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଡଭୋକେଟ୍ ଅସୀମ କୁମାରଙ୍କ ପିଟିସନ୍ ଉପରେ ଜଷ୍ଟିସ୍ ପିକେଏସ୍ ବଘେଲ ଏବଂ ଜଷ୍ଟିସ୍ ପଙ୍କଜ ଭାଟିଆ ଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । କୋର୍ଟ ମେଳା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ କି ଯେତେବେଳେ ୧୦୦ ମିଟର ଭିତରେ ଗାଧୋଇବା ଘାଟରୁ ଫଟୋ ଉଠାଇବାରେ ପ୍ରତିବନ୍ଧକ ଲଗାଯାଇଛି, ତେବେ ଏହା କିପରି କରାଯାଉଛି, ତେଣୁ ଏହାକୁ ସଠିକ୍ ଭାବେ ପାଳନ କରାଯାଉ ।

୧ ହଜାର ସିସିଟିଭି ଦ୍ବାରା ରଖାଯାଉଛି ନଜର :

ପ୍ରଶାସନ ୧ ହଜାରରୁ ଅଧିକ ସିସିଟିଭି କ୍ୟାମେରା ସାହାର‌୍ୟ୍ୟରେ ପୁରା ମେଳା କ୍ଷେତ୍ର ମାନଙ୍କରରେ ନଜର ରଖୁଛି । ପୁରା ଇଲାକାରେ ନଜର ରଖିବା ପାଇଁ ୪୦ଟି ଟାୱାରର ନିର୍ମାଣ କରାଯାଇଛି । ମେଳାରେ ରାଜ୍ୟ ପୋଲିସ୍ ଫୋର୍ସ , ପିଏସି ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ପାଖାପାଖି ୨୨,୦୦୦ ଜବାନଙ୍କୁ ମୁତୟନ ମଧ୍ୟ କରାଯାଇଛି । ଆପତ୍ତିସ୍ଥିତିରେ ମୁକାବିଲା କରିବା ପାଇଁ ପୁରା ମେଳା କ୍ଷେତ୍ରରେ ୪୦ଟି ପୋଲିସ୍ ଥାନା, ୩ଟି ମହିଳା ପୋଲିସ୍ ଥାନା ଏବଂ ୬୦ଟି ପୋଲିସ୍ ଫାଣ୍ଡି ସ୍ଥାପିତ କରାଯାଇଛି । ଏହାଛଡା ୪ ଫୋଲିସ୍ ଲାଇନ୍ ମଧ୍ୟ ତିଆରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.