Below header

ରୋଗୀଙ୍କୁ ନ ଜଣାଇ ଦାନ୍ତ ଓପାଡିବା ଡାକ୍ତରଙ୍କ ପାଇଁ ହେଲା ମହଙ୍ଗା, ଏବେ ଗଣିବେ ୪୦ ହଜାର ଟଙ୍କାର ଜରିମାନା

ଆପଣ ପ୍ରତିଦିନ ବିଭିନ୍ନ ପ୍ରକାରର ରୋଚକ ଖବର ନିଶ୍ଚିତ ପଢୁଥିବେ କିମ୍ବା ଜାଣୁଥିବେ। ଏପରି ଏକ ଘଟଣା ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ଜଣେ ରୋଗୀକୁ ନ ଜଣାଇ ଦାନ୍ତ ଓପାଡିବା ଡାକ୍ତରଙ୍କୁ ପଡିଛି ମହଙ୍ଗା ପଡିଛି। ଏଥିପାଇଁ ଡାକ୍ତରଙ୍କୁ ୪୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଡାକ୍ତରଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କନଜ୍ୟୁମର କୋର୍ଟ।କଲିକତାର ବରୀଶାରେ ରହୁଥିବା ଏ. ଶିକନ୍ଦର ନାମକ ଜଣେ ବ୍ୟକ୍ତିଙ୍କର ଦାନ୍ତରେ ଖୁବ୍‌ ଜୋରରେ ଯନ୍ତ୍ରଣା ହେଉଥିଲା।

ଯେଉଁଥିପାଇଁ ଠାକୁରପୁର ଅଞ୍ଚଳର ଡାକ୍ତରଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ଯେଉଁ ଦାନ୍ତ ବିନ୍ଧା ହେଉଥିଲା ସେହି ଦାନ୍ତ ସହ ଅନ୍ୟ ଏକ ଦାନ୍ତ ମଧ୍ୟ ଓପାଡିଦେଇଥିଲେ। ପରେ ବ୍ୟକ୍ତି ଜଣକ ଅନ୍ୟ ଡାକ୍ତରଙ୍କ ପାଇଁକୁ ଯାଇ ଓପାଡି ଦେଇଥିବା ଅନ୍ୟ ଦାନ୍ତକୁ ପରୀକ୍ଷା କରିଥିଲେ। ସେଥିରେ କୌଣସି ତ୍ରୁଟି ନଥିବା କଥା ଡାକ୍ତର କହିବା ପରେ ସେହି ବ୍ୟକ୍ତି ଜଣକ କନଜ୍ୟୁମର କୋର୍ଟରେ କେସ୍‌ କରିଥିଲେ। ଯେଉଁଥିପାଇଁ ସେହି ଡାକ୍ତରଙ୍କୁ କୋର୍ଟ ୪୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.