ପାକିସ୍ତାନରେ COVID-19 ରୋଗୀଙ୍କ ସହ ଢୋଲ ବଜାଇ ନାଚିଲେ ଡାକ୍ତର, ଲୋକେ କହିଲେ, ‘ଏଇଟା ହସ୍ପିଟାଲ ନା ଡ୍ୟାନ୍ସ କ୍ଲବ’ ? ଆପଣ ବି ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ

କରୋନା ସଂକ୍ରମିତ ରୋଗୀଙ୍କ ମନୋବଳ ବଢାଇବା ତଥା ସେମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଉପାୟ ଆପଣାଯାଉଛି। ଠିକ ଏମିତି ପାକିସ୍ତାନରେ ମଧ୍ୟ ଡାକ୍ତରମାନେ ରୋଗୀଙ୍କ ମନରୁ ଚିନ୍ତା ଦୂର କରିବା ପାଇଁ ବ୍ୟାଣ୍ଡ ବାଜା ସହିତ ମନୋରଞ୍ଜନ କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଡାକ୍ତରମାନେ ଲୋକପ୍ରିୟ ଗୀତ ‘ଚିଟା ଛୋଲା’ରେ ଭାଙ୍ଗଡା କରୁଥିବାର ଦେଖିବାକୁ ମିଳୁଛି।

ଭିଡ଼ିଓରେ ଡାକ୍ତରମାନେ ରୋଗୀଙ୍କ ରୁମ ଭିତରକୁ ଆସି ଢୋଲ ତାଳରେ ଡ୍ୟାନ୍ସ କରୁଛନ୍ତି ଏବଂ ରୋଗୀ ମଧ୍ୟ ସେମାନଙ୍କ ସାଥ ଦେବା ପାଇଁ ହାତ ଉଠାଇ ଡ୍ୟାନ୍ସ କରୁଛନ୍ତି। ଏହି ଭାଇରଲ ଭିଡ଼ିଓକୁ ପୂର୍ବ କ୍ରିକେଟର ତଥା ଭାଜପା ସାଂସଦ ଗୌତମ ଗମ୍ଭୀରଙ୍କ ସମେତ ଅନେକ ଲୋକ ସେୟାର କରିଛନ୍ତି। ତେବେ ଗମ୍ଭୀର କ୍ୟାପସନରେ ଲେଖିଛନ୍ତି, ‘କରୋନା, ଯେଉଁଠି ବି ଥାଅ ଶୁଣିନିଅ, ଚିଟା ଛୋଲା, #ନୟାପାକିସ୍ତାନ’।

ଜଣେ ୟୁଜର ଲେଖିଛନ୍ତି, ‘ପାକିସ୍ତାନରେ ସ୍ଥିତି ବିଗିଡିବାରେ ଲାଗିଛି। ଆଉ ଆମ ଦେଶର ଡାକ୍ତରମାନେ ରୋଗୀଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଆମେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ’। ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘ୟେ କଣ ହେଉଛି? ଏହା ହସ୍ପିଟାଲ ନା ଡ୍ୟାନ୍ସ କ୍ଲବ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.