ଗୁପ୍ତ କ୍ୟାମେରାରେ ସୁଟିଂ କରାଯାଉଛି ମହିଳାଙ୍କ ବେଡରୁମ୍ ଓ ଗାଧୁଆ ବେଳର ଫଟୋ, ଟେର ପାଉନି ପୋଲିସ

ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ଅପରାଧ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଏଠାରେ ଗତ କିଛି ବର୍ଷ ହେବ ଏକ ନୂଆ ଧରଣର ଅପରାଧ ସାମ୍ନାକୁ ଆସିଛି। ଏଠାରେ ଲୋକଙ୍କ ଅନୁମତି ବିନା ସେମାନଙ୍କର ନଗ୍ନ ଫଟୋ ଉତ୍ତୋଳନ କରାଯାଉଛି।

South Korea police put up fake 'spycam porn' to trap predators ...

ରିପୋର୍ଟ ମୁତାବକ ଦକ୍ଷିଣ କୋରିଆର ଛୁଞ୍ଚି ଭଳି କ୍ୟାମେରା ବ୍ୟବହାର କରାଯାଇ ଯୌନ ଅପରାଧୀମାନେ ମହିଳାଙ୍କ ଭିଡିଓ କରୁଛନ୍ତି। ଭିଡିଓ ରେକର୍ଡ କରିବା ପାଇଁ ଏହି କ୍ୟାମେରାକୁ ବେଡରୁମ, ବାଥରୁମ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହି ଅପରାଧର ନାମ ହେଉଛି “ମୋଲକା”। ଦକ୍ଷିଣ କୋରିଆ ଭାଷାରେ ଏହାର ଅର୍ଥ ହେଉଛି ଗୁପ୍ତ କ୍ୟାମେରା। ଏହି କ୍ୟାମେରା ବ୍ୟବହାର କରି ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ସୁଟିଂ କରାଯାଉଛି।

camera

୨୦୧୨ ମସିହାରେ ଏଭଳି ୨୪୦୦ଟି ମାମଲା ଦେଖିବାକୁ ମିଳିଥିବା ବେଳେ ୨୦୧୭ରେ ଅପରାଧ ବଢ଼ି ୬୪୦୦ରେ ପହଞ୍ଚିଥିଲା। ଦକ୍ଷିଣ କୋରିଆରେ ଅଶ୍ଳୀଳ ଭିଡିଓ, ଫିଲ୍ମ ଓ ସାହିତ୍ୟ ବ୍ୟାନ ଥିବା ବେଳେ ଏଭଳି କାଣ୍ଡ ଲୋକଙ୍କ ଚିନ୍ତା ବଢ଼ାଉଛି।

South Korea 'spycam porn': Government must regulate camera sales ...

୨୦୧୯ ରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସ୍କଟର ଫଟୋ ଉଠାଇବା ବେଳେ ଧରାପଡ଼ିଥିଲା। ପୋଲିସ ଯାଞ୍ଚ ବେଳେ ତା’ ଫୋନରୁ ଏଭଳି ଶତାଧିକ ଭିଡିଓ ପାଇଥିଲା। ପରେ ଯୁବକ ଜଣକ ସବୁ କଥା ମାନିଥିଲା। ଯୁବକକୁ ୧୦ ମାସର ଜେଲ ଦଣ୍ଡାଦେଶ ହୋଇଥିଲା। ତେବେ ଦେଶରେ ଏଭଳି ଘଟଣା ବଢ଼ୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି କାରଣରୁ ମହିଳାମାନେ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.