ବିବାହ ବନ୍ଧନରେ ବାନ୍ଧିହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ, ଏକାଠି ହେଲେ ପୁରା ପାରିବାର

କେନ୍ୟୁଜ୍‌(ବ୍ୟୁରୋ): ରବିବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଟିଫାନି ଟ୍ରମ୍ପ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଟିଫନି ତାଙ୍କ ପ୍ରେମିକ ମାଇକେଲ ବୋଲସଙ୍କୁ ବିବାହ କରିଛନ୍ତି । ରିପୋର୍ଟ ଅନେୁସାରେ ଡୋନାଲ୍ଡ ଟ୍ରମ୍ପ, ଝିଅ ଟିଫାନି ଟ୍ରମ୍ପଙ୍କୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣିଥିଲେ । ତାଙ୍କର ବିବାହ ଉତ୍ସବ ମାର-ଏ-ଲାଗୋ ରେ ଅନୁଷ୍ଠିତ ହେଉଥିଲା । ବିବାହ ମଣ୍ଡପ ନୀଳ ,ଗୋଲାପୀ ଏବଂ ଧଳା ରଙ୍ଗର ଫୁଲରେ ସଜା ହୋଇଥିଲା । ଲେବନାନୀ ଫେସନ ଡିଜାଇନର,ଏଲି ସାବ୍‌ କନ୍ୟା ପାଇଁ ପୋଷାକ ଡିଜାଇନ କରିଥିଲେ । ଟିଫାନି ଯେଉଁ ଗାଉନ ଫିନ୍ଧିଥିଲେ ଲମ୍ବା ହାତର ଡିଜାଇନ ସହିତ ଗାଉନରେ ମୋତି ଖଞ୍ଜା ହୋଇଥିଲା ।

ଏହି ବିବାହରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁରା ପରିବାର ଯୋଗ ଦେଇଥିଲେ । ଟିଫନିଙ୍କ ଭଉଣୀ ଇଭାଙ୍କା ଏବଂ ତାଙ୍କ ସ୍ୱାମୀ ଜେରେଡ୍‌ କୁଶନର ଯୋଗ ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ ଏବଂ ଇଭାଙ୍କା-ଟିଫନିଙ୍କ ମା ମାର୍‌ଲା ମେପଲ୍ସ ଏବଂ ଟିଫାନିଙ୍କର ସାବତ ଭାଇ ଏରିକ ଟ୍ରମ୍ପ ମଧ୍ୟ ଯୋଗ ଦେଇଥିଲେ । କିଛି ଦିନ ପୂର୍ବରୁ ଟିଫାନିଙ୍କୁ ତାଙ୍କର ବିବାହ ବନ୍ଦ ହୋଇଯିବ ବୋଲି ଲାଗୁଥିଲା କାରଣ ଏକ ଝଡ଼ ବାତ୍ୟା ହେବାର ଆଶଙ୍କାରେ ସେ ଥିଲେ ।

କୋର୍ଟ ବନ୍ଦ ହେବା ପୁର୍ବରୁ ମିଳିଗଲା ବିବାହ ପାଇଁ ଲାଇସେନ୍ସ:
ସୂଚନା ଅନୁସାରେ ପାନ୍‌ ବିଚ୍‌ର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ବନ୍ଦ ହେବା କାରଣରୁ ସବୁ ବିମାନ ଉଡ଼ାଣ ବନ୍ଦ ଥିଲା । ସବୁୁଠାରୁ ଭଲ କଥା ଥିଲା କି ପାନ୍‌ ବିଚ୍‌ର କାଉଣ୍ଟି କୋର୍ଟ ହାଉସ ବନ୍ଦ ହୋଇଯିବା ପୂର୍ବରୁ ତାଙ୍କୁ ମଙ୍ଗଳ ବାର ପାଇଁ ବିବାହର ଲାଇସେନ୍ସ ମିଳି ଯାଇଥିଲା । ପାଖା ପାଖି ୫୦୦ ଜଣ ଅତିଥି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଟିଫାନି ଚାହୁଁଥିଲେ ଏହା ଏକ ବିରାଟ ବିବାହ ଉତ୍ସବ ହେଉ । ଟିଫାନିଙ୍କ ସ୍ୱାମୀ ମାଇକେଲ ବୋଲସ ମଧ୍ୟ ଏକ ଧନୀ ପରିବାରର ଲୋକ । ଏହି ଦମ୍ପତି ନିଜର ସବୁ ସଂପର୍କୀୟକୁ ତାଙ୍କ ବିବାହରେ ଯୋଡ଼ିବା ପାଇଁ ଚାହୁଁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.